Only for Entertainment

ଦୀପିକା ପାଦୁକୋଣ ଯେତେବେଳେ ରାମ୍ପରେ କରିବାକୁ ଲାଗିଲେ ଡାନ୍ସ, ନିଜକୁ ରୋକିପାରିଲେ ନାହିଁ ଶ୍ୱେତା, ଭିଡିଓ ଭାଇରାଲ !

42

ଦୀପିକା ପାଦୁକୋଣଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବଲିଉଡ ଅଭିନେତ୍ରୀ ରାମ୍ପରେ ‘ଡିସ୍କୋ ଦିୱାନେ’ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । କିନ୍ତୁ ମଜାଦାର କଥା ହେଉଛି ଦୀପିକାଙ୍କ ଡାନ୍ସ ଦେଖି ଶ୍ୱେତା ବଚ୍ଚନ ମଧ୍ୟ ଝୁମିବାରେ ନଜର ଆସିଛନ୍ତି ।

ଶ୍ୱେତାଙ୍କ ସହ ତାଙ୍କ ମା’ ଜୟା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଦୀପିକା ପାଦୁକୋଣ ଫ୍ୟାଶନ ଡିଜାଇନର ଅବୁ ଜାନୀ- ସନ୍ଦୀପ ଖୋସଲା ଫ୍ୟାଶନ ଶୋ’ରେ ଶୋ ଷ୍ଟପର ଥିଲେ ଏବଂ ସେହି ମୂହୁର୍ତ୍ତ ଅବୁଜାନୀ- ସନ୍ଦୀପ ଖୋସଲାଙ୍କର ୩୩ବର୍ଷ ପୂରୁଣା ହେବାକୁ ଥିଲା ।

ଅବୁ-ସନ୍ଦୀପଙ୍କ ଏହି ଖାସ ମୂହୁର୍ତ୍ତରେ ସୁଜୈନ ଖାନ, ସୋନାଲୀ ବେନ୍ଦ୍ରେ, ଅଭିଷେକ ବଚ୍ଚନ, କରଣ ଜୋହର ଏବଂ ଟ୍ୱିଙ୍କଲ ଖନ୍ନା ମଧ୍ୟ ନଜର ଆସିଥିଲେ ।

କେବଳ ସେତିକି ନୁହେଁ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ମଧ୍ୟ ଶ୍ଳୋକା ମେହେତା ଏବଂ ରାଧିକା ମର୍ଚାଂଟଙ୍କ ସହ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଇଭେଂଟର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More