Only for Entertainment

ରିଲ ଲାଇଫରେ ରଣବୀରଙ୍କ ପତ୍ନୀ ହେବେ ଦୀପିକା,ଫିଲ୍ମ ୮୩ରେ ଦୁହିଁଙ୍କୁ ଏକାସହ ଦେଖି ଝୁମିବେ ଦର୍ଶକ !

26

ବଲିଉଡ ଅଭିନେତା ରଣବୀର ସିଂ ଖୁବ ଶୀଘ୍ର ଫିଲ୍ମ ୮୩’ରେ ନଜର ଆସିବାକୁ ଯାଉଛନ୍ତି । ରଣବୀର କିଛି ଦିନ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଭଳି ଦୀପିକା ମଧ୍ୟ ରଣବୀରଙ୍କ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମର ସୁଟିଂ ପାଇଁ ଦୀପିକା ଲଣ୍ଡନରେ ମଧ୍ୟ ପହଂଚି ସାରିଲେଣି । ଦୀପିକା ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ଏହି ଫିଲ୍ମରେ ସେ ରିଅଲ ଲାଇଫ ସ୍ୱାମୀଙ୍କ ସହ ରିଅଲ ଲାଇଫ ସ୍ତ୍ରୀ ଭୂମିକାରେ ନଜର ଆସିବେ । ବିବାହ ପରେ ରଣବୀର ଏବଂ ଦୀପିକାଙ୍କର ଏହା ପ୍ରଥମ ଫିଲ୍ମ, ଯେଉଁଥିରେ ଦୁହେଁ ଏଳାସହ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ୮୩ରେ ଦୀପିକା ପାଦୁକୋଣ ପ୍ରସିଦ୍ଧ କ୍ରିକେଟର କପିଲ ଦେବଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଫିଲ୍ମ ୮୩ ଭାରତୀୟ କ୍ରିକେଟ ଟିମର ପ୍ରଥମ ବିଶ୍ୱକପ ଉପରେ ପ୍ରସ୍ତୁତ ହେଉଛି , ଯାହାର କ୍ୟାପଟେନ ଥିଲେ କପିଲ ଦେବ । ଆସନ୍ତା ବର୍ଷ ୧୦ଅପ୍ରେଲରେ ଏହି ଫିଲ୍ମ । ଫିଲ୍ମରେ ଦୁହିଁଙ୍କ ବ୍ୟତୀତ ସକିବ ସଲିମ, ଆର ବଦ୍ରି, ହାର୍ଡି ସାନ୍ଧୁ , ଚିରାଗ ପଟେଲ, ପଙ୍କଜ ତ୍ରିପାଠୀ, ଅମ୍ମି ବିର୍କ ଏବଂ ସାହିଲ ଖଟ୍ଟର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More