Only for Entertainment

ପ୍ରଥମ ବିବାହ ବାର୍ଷିକରେ ମଥାରେ ସିନ୍ଦୁର, ଲାଲା ଟ୍ରାଡିସନାଲ ସାଢୀରେ ରଣବୀରଙ୍କ ସହିତ ତିରୁପତି ମନ୍ଦିର ପହଁଚିଲେ ଦୀପିକା

hindustantimes
100

୧୪ ନଭେମ୍ବର ଗୁରୁବାର ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ପ୍ରଥମ ବିବାହ ବାର୍ଷିକ ପାଳନ କରୁଛନ୍ତି । ଏହି ଖାସ ଦିନକୁ ସେଲିବ୍ରେଟ କରିବା ପାଇଁ କପଲ ଆନ୍ଧ୍ର ପ୍ରଦେଶର ତିରୁପତି ଠାରେ ଅବସ୍ଥିତ ଭେଙ୍କେଟେଶ୍ୱର ମନ୍ଦିରରେ ପହଁଚିଛନ୍ତି । ଦୀପବୀର ନିଜର ପ୍ରଥମ ବିବାହ ବାର୍ଷିକରେ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି । ଦୀପିକା-ରଣବୀରଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ଦର୍ଶନ ପାଇଁ ଆସିଥିଲେ ।

 

 

View this post on Instagram

 

Mashallah 😍😍 !! Deepika Padukone and Ranveer Singh at Venkateswara Temple, Tirumala today ❤ #HappyAnniversaryDeepVeer

A post shared by Deepika Padukone Fanpage 🔹 (@deepika.padukone.fanpage) on

ମନ୍ଦିର ପରିସରରରୁ ଦୀପିକା-ରଣବୀରଙ୍କ ଅନେକ ଫଟୋ ସାମ୍ନାକୁ ଆସିଛି । ଫଟୋରେ ଦୀପିକା-ରଣବୀର ନ୍ୟୁଲି ୱେଡ କପଲ ପରି ଦେଖାଯାଉଛନ୍ତି । ଦୀପିକା ଲାଲ ହେଭି ଟ୍ରାଡିସନାଲ ସାଢୀରେ ମଥାରେ ସିନ୍ଦୁର, ହେଭି ଗୋଲ୍ଡ ଜୁଏଲରୀରେ ନଜର ଆସିଛନ୍ତି । ସେହିପରି ରଣବୀର ହ୍ୱାଇଟ କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି ।

 

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦୁହେଁ ପରଫେକ୍ଟ କପଲ ପରି ଦେଖାଯାଉଛନ୍ତି ।

 

View this post on Instagram

 

#DeepikaPadukone #RanveerSingh clicked at #tirupati temple as they seek blessings there on occasion of their wedding anniversary

A post shared by Manav Manglani (@manav.manglani) on

ରିପୋର୍ଟ ଅନୁସାରେ ତିରୁପତି ପରେ କପଲ ପଦ୍ମାବତୀ ଟେମ୍ପୁଲ ପରେ ଅମୃତସରର ଗୋଲଡେନ ଟେମ୍ପୁଲ ଯିବାର ପୋଗ୍ରାମ ରହିଛି । ୧୫ ନଭେମ୍ବର ଦୀପିବୀର ମୁମ୍ବାଇ ଫେରି ଆସିବେ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More