Only for Entertainment

ଆରମ୍ଭ ହେଲା ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି, ସାମ୍ନାକୁ ଆସିଲା ପ୍ରଥମ ଫଟୋ ।

India TV
35

ଅଭିନେତ୍ରୀ ଦିପିକା ପାଦୁକୋନଙ୍କ ଘରେ ଆରମ୍ଭ ହୋଇଛି ବାହାଘର ପ୍ରସ୍ତୁତି । ନଭେମ୍ବର ୧୪ ଓ ୧୫ରେ ବାହାଘର ପାଇଁ ଦିନ ସ୍ଥିର ହୋଇଥିବାବେଳେ ଆଜି ସୋସିଆଲ ମିଡିଆରେ ଦୀପିକାଙ୍କ ଘରର କିଛି ଫଟୋ ଜାରି ହୋଇଛି । ବାହାଘର ପୂର୍ବରୁ  ଅଭିନେତ୍ରୀଙ୍କ ବେଙ୍ଗାଲୁର ସ୍ଥିତ ଘରେ ସ୍ୱତନ୍ତ୍ର ପୂଜାପାଠର ଆୟୋଜନ କରାଯାଇଛି । ନାରଙ୍ଗୀ ରଙ୍ଗର ଟ୍ରାଡିସନାଲ ଆଉଟିଫିଟରେ ଦୀପିକା ନଜର ଆସିଛନ୍ତି । ଫଟୋରେ  କିଛି ସର୍ମ୍ପକୀୟ ଓ ସାଙ୍ଗ ସହ ବେଶ ଖୁସି ଦେଖାଯାଇଛନ୍ତି ଦୀପିକା ।

ଦୀପିକା ପାଦୁକୋନଙ୍କ ଷ୍ଟାଇଲିସ ଶଲିନା ନତାଲି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଥିଲେ ‘ଅନେକ ଭଲ ପାଇବା…ମୁଁ  ତୁମ ପାଇଁ ବହୁତ  ଖୁସି । ମୁଁ ଆଉ ଅପେକ୍ଷା କରିପାରିବି ନାହିଁ । ତୁମକୁ ଦୁନିଆର ସବୁ ଖୁସି ମିଳୁ ।’

 


ଶଲିନା ସେୟାର କରିଥିବା ଦୁଇଟି ଫଟୋ ମଧ୍ୟରୁ ଗୋଟିଏରେ ଦୀପିକା ପୂଜା କରୁଥିବା ବେଳେ ଅନ୍ୟଟିରେ  ସାଙ୍ଗ ମାନଙ୍କ ସହିତ ମସ୍ତିଭରା ଅନ୍ଦାଜରେ ନଜର ଆସିଛନ୍ତି । କହିରଖୁଛୁ ଯେ, ପୂଜାରେ ଦୀପିକା ସବ୍ୟସାଚୀଙ୍କ ଡିଜାଇନ  ଆଉଟଫିଟରେ ନଜର ଆସିଥିଲେ ।

ରିପୋର୍ଟ ଅନୁସାରେ, ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହ ଭାରତରେ ନୁହେଁ ବରଂ ବିଦେଶରେ  ହେବ । ଦୁହେଁ ଇଟାଲୀର ‘ଲେକ କୋମୋ’ରେ ଡେଷ୍ଟିନେସନ ୱେଡିଂ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More