ରଣବୀର କପୁର ଏବଂ ଆଲିୟାଙ୍କ ସମ୍ପର୍କକୁ ଗ୍ରୀନ ସିଗନାଲ ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକା !
ନିଜ ବେଷ୍ଟଫ୍ରେଣ୍ଡ ତଥା ଏକ୍ସବୟଫ୍ର୍ରେଣ୍ଡ ରଣବୀର କପୁରଙ୍କ ନେଇ ବେଶ ଖୁସି ଏବେ ଅଛନ୍ତି ଡିମ୍ପଲ ଗର୍ଲ ଦିପିକା ପାଦୁକୋନ । ରଣବୀର ସିଂଙ୍କ ସହ ନିଜ ବ୍ୟକ୍ତିଗତ ସର୍ମ୍ପକକୁ ନେଇ ବେଶ ଖୁସି ଥିବା ଦୀପିକା ଏବେ ରଣବୀର ଓ ଆଲିଆ ଭଟ୍ଟଙ୍କ ସର୍ମ୍ପକକୁ ନେଇ ବହୁତ ଖୁସି ଥିବା କହିଛନ୍ତି । ଚର୍ଚ୍ଚା ହେଉଛି କି ରଣବୀର ନିଜ ନୂଆ ସର୍ମ୍ପକ ସମ୍ବନ୍ଧରେ ପ୍ରଥମେ ଆଲିଆଙ୍କୁ ଜଣାଇଥିଲେ ।
ଯାହାକୁ ଶୁଣିବା ପରେ ଦୀପିକା ସର୍ମ୍ପକକୁ ଗ୍ରୀନସିଗନାଲ ଦେବା ସହ ରଣବୀର ଓ ଆଲିଆଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ତେବେ କିଛି ଦିନ ପୂର୍ବରୁ କପୁର ଲାଡଲାଙ୍କ ଗର୍ଲଫ୍ରେଣ୍ଡ ରହିସାରିଥିବା ଦୀପିକା ହୁଏତ ରଣବୀରଙ୍କ ମନକଥା ବେଶ ଭଲଭାବେ ବୁଝିପାରିଛନ୍ତି ।ବ୍ରେକଅପ ପରେ ପରେ ଏମାନେ ପରସ୍ପର ସହ ସବୁପ୍ରକାର ସିକ୍ରେଟ କଥା ସେୟାର କରିବା ସହ ମଜବୁତ ବନ୍ଧୁତାକୁ ବଜାୟ ରଖିଛନ୍ତି ।