Only for Entertainment

ପୁଣି ହଲିଉଡ ଫିଲ୍ମରେ ନଜର ଆସିବେ ଦୀପିକା ପାଦୁକେନ, ସାଇନ କଲେ ଦ୍ୱିତୀୟ ଫିଲ୍ମ ।

DNA India
0 35

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଦୀପିକା ପାଦୁକୋନ ହଲିଉଡ ମୁହାଁଇଛନ୍ତି । ଏବେ ଦୀପିକାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ହଲିଉଡ଼ରେ ନିଜର ଦ୍ୱିତୀୟ ଫିଲ୍ମ କରିବାକୁ ଯାଉଛନ୍ତି । ୨୦୧୨ ମସିହାରେ ଫିଲ୍ମ ‘ଏକ୍ସଏକ୍ସଏକ୍ସ ରିର୍ଟନ ଅଫ ଜେଣ୍ଡର କେଜ’ ମାଧ୍ୟମରେ ହଲିଉଡ଼ରେ ଡେବ୍ୟୁ କରିଥିଲେ ଦୀପିକା । ତେବେ ଏହାର ଚତୁର୍ଥ ସଂସ୍କରଣରେ ମଧ୍ୟ ଦୀପିକା ଅଭିନେତା ଭିନ ଦିଶେଲଙ୍କ ବିପକ୍ଷରେ ନଜର ଆସିବେ ।

deepika-vin

ଏହାସହ ପୂର୍ବରୁ ଫିଲ୍ମ ଏକ୍ସଏକ୍ସଏକ୍ସ ରିର୍ଟନ ଅଫ ଜେଣ୍ଡର କେଜକୁ ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଡିଜେ କ୍ରାଉସୋ । ସେ ମଧ୍ୟ ଏହି ନୂଆ ଫିଲ୍ମରେ ନିର୍ଦ୍ଦେର୍ଶନା ଦେବେ । ନିର୍ଦ୍ଦେଶକ ଡିଜେ କ୍ରାଉସୋ ଟୁଇଟର ମାଧ୍ୟମରେ ଦୀପିକା ଫିଲ୍ମରେ ଅଭିନୟ କରିବେ ବୋଲି କହିଛନ୍ତି । ୨୦୧୭ରେ ଉଭୟ ଭିନ ଦିଶେଲ ଏବଂ ଡିଜେ କ୍ରାଉସୋ ଦୀପିକାଙ୍କ ସହ ଫିଲ୍ମ ପ୍ରମୋଶନ ପାଇଁ ଭାରତ ଆସିଥିଲେ ।

pic

ଫିଲ୍ମଟି ୨୦୧୭ ଜାନୁଆରିରେ ରିଲିଜ ହୋଇ ୩୦୦ ମିଲିୟନ ଡଲାରରୁ ଅଧିକ ବ୍ୟବସାୟ କରି ନୂଆ ରେକର୍ଡ ସ୍ଥାପନ କରିଥିଲା । ସିରିଜ୍ର ଚତୁର୍ଥ ଫିଲ୍ମ ପାଇଁ ବର୍ତ୍ତମାନ ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଉଥିବାବେଳେ ଖୁବଶୀଘ୍ର ସୁଟିଂ କାମ ଆରମ୍ଭ ହେବ ବୋଲି ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More