Only for Entertainment

dharmendra-birthday : ୮୨ବର୍ଷ ବୟସର ଧର୍ମେନ୍ଦ୍ର ଅଛନ୍ତି ଏକଦମ ଫିଟ, ଆସନ୍ତୁ ଜାଣିବା ତାଙ୍କ ଫିଟନେସର ରାଜ୍ !

BookMyShow
20

ବଲିଉଡ ଜଗତକୁ ଅନେକ ହିଟ ଫିଲ୍ମ ଦେଇଥିବା ସୁପରଷ୍ଟାର ଧର୍ମେନ୍ଦ୍ର ଆଜି ନିଜର ୮୨ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଧର୍ମେନ୍ଦ୍ର ନିଜ ସମୟରେ ବଲିଉଡର ସେଭଳି କଳାକାରଙ୍କ ସହ ସାମିଲ ଥିଲେ ଯିଏ ନିଜର ଫିଟନେଓ ପାଇଁ ପରିଚିତ ଥିଲେ । ଧର୍ମେନ୍ଦ୍ର ନିଜକୁ ଫିଟ ରଖିବା ଲାଗି କେବେ ବି ଜିମର ସାହାରା ନେଇ ନଥିଲେ । ତେବେ ହୁଏତ ଏହି କାରଣ ପାଇଁ ବଲିଉଡର ଡ୍ରିମଗର୍ଲ ବିବାହିତ ଥିବା ପରେ ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡିଥିଲେ । ଆସନ୍ତୁ ଜାଣିବା ଏତେ ବର୍ଷ ବୟସରଙ୍କ ମଧ୍ୟ ଧର୍ମେନ୍ଦ୍ର କିପରି ନିଜ ଫିଟନେସର ରଖନ୍ତି ଧ୍ୟାନ । ଅସଲରେ କଣ ରହିଛି ତାଙ୍କ ଫିଟନେସର ରାଜ ।

ଧର୍ମେନ୍ଦ୍ର ନିଜ ସମୟରେ ଅଭିନୟ ବ୍ୟତୀତ ନିଜ ଫିଟନେସ ଶରୀର ପାଇଁ ‘ହିମ୍ୟାନ’ ରୂପେ ପରିଚିତ ଥିଲେ । ଧର୍ମେନ୍ଦ୍ର ନିଜର ବଡି ଝାଳ କି ଜିମ ଯାଇ ନୁହଁନ୍ତି । ବରଂ ସେ କସରତ କରି ନିଜକୁ ଫିଟ ରଖିଛନ୍ତି ।


ଆଜି ମଧ୍ୟ ଧର୍ମେନ୍ଦ୍ରଙ୍କ ଶରୀର କୌଣସି ରକଷ୍ଟାରରୁ କମ ନୁହେଁ । ନିଜକୁ ଫିଟ ରଖିବା ଲାଗି ସେ ପ୍ରତିଦିନ ଏକ୍ସରସାଇଜ, ପ୍ରାଣାୟାମ ଏବଂ ଯୋଗ କରନ୍ତି । ଏହାସହ ଡାଏଟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ।
ମିଡିଆକୁ ଦେଇଥିବା ଖବର ମୁତାବକ ଲୋକଙ୍କ ଭଲ ପାଇବା ତାଙ୍କ ଶରୀର ଫିଟନେସର ମୂଳ କାରଣ, ଦର୍ଶକଙ୍କ ଭଲ ପାଇବା ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅଟେ । ଯେତେ ପର୍ଯ୍ୟନ୍ତ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳୁଥିବ ସେ ସେ ପର୍ଯ୍ୟନ୍ତ ଫିଟ ରହିବେ ।
ମଜଭୂତ କାନ୍ଧ ଏବଂ ସୁସ୍ଥ ହାଡ ପାଇଁ ଜିମରେ ଭାରୀ ଜିନିଷ ଉଠାଇବା ଅପେକ୍ଷା ପ୍ରତିଦିନ ପୁସଅପ କରନ୍ତୁ ।
ଜଗିଙ୍ଗ ପାଇଁ ଟ୍ରେଡମିଲ ବ୍ୟତୀତ ପାର୍କରେ ଦୌଡନ୍ତୁ । ଏହିଭଳି କିଛି ସହଜ ଟିପ୍ସ ଦେଇଛନ୍ତି ‘ହିମ୍ୟାନ’ ଧର୍ମେନ୍ଦ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More