Only for Entertainment

ମୁକ୍ତିଲାଭ କଲା ‘ନମସ୍ତେ ଇଂଲଣ୍ଡ’ର ଆଉ ଏକ ଗୀତ ‘ଧୁମ ଧଡାକା’ ।

youtube
0 33

ମୁକ୍ତିଲାଭ କଲା ‘ନମସ୍ତେ ଇଂଲଣ୍ଡ’ର ଆଉ ଏକ ଗୀତ ‘ଧୁମ ଧଡାକା’ । ଗୀତ ଦୃଶ୍ୟାୟନରେ ଫିଲ୍ମର ଲିଡ୍ ଷ୍ଟାର୍ ଅର୍ଜୁନ୍ କପୁର ଏବଂ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି । ଗୀତରେ ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଛି ଭରପୁର ରୋମାନ୍ସ ଆଉ ଡ୍ୟାନ୍ସ । ଧୁମ ଧଡାକା ଗୀତଟି ଯେତିିକି ସୁନ୍ଦର ହୋଇପାରିଛି ସେଥିରେ ଏହି ଗୀତକୁ ଆହୁରି ସୁୂନ୍ଦର କରିଛି ଅର୍ଜୁନଙ୍କ ଭାଙ୍ଗଡା ଡାନ୍ସ । ଗୀତରେ ଦୁହିଁଙ୍କୁ ଏକଦମ ଦେଶୀ ଲୁକ୍ସରେ ଦେଖିବାକୁ ମିଳିଛି । ଏଥିରେ ଡ୍ୟାନ୍ସ ମୁଭ୍ସ ଗୁଡିକ ଦେଶୀ ଏବଂ ଧମାକାଦାର ହୋଇଛି । ବିବାହ ସିଜନ୍ରେ ଏହି ଗୀତ ନିଶ୍ଚୟ ଧମାଲ ମଚାଇବ ବୋଲି ଆଶା ରଖିଛନ୍ତି ମେକର୍ । ଏହି ଗୀତରେ କଣ୍ଠଦାନ କରିଛନ୍ତି ଶାହିଦ ମାଲ୍ୟା ଏବଂ ଅନ୍ତରା ମିତ୍ରା । ଏ ଗୀତକୁ ଲେଖିଛନ୍ତି ଜାବେଦ୍ ଅଖତର । ଚଳଚ୍ଚିତ୍ର ନମସ୍ତେ ଇଂଲଣ୍ଡ ପଂଜାବର ଏକ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି । ଧବଲ୍ ଜୟନ୍ତିଲାଲ୍ ଗାଡା, ରିଲାଏନ୍ସ ଏଂଟର୍ଟେନ୍ମେଂଟ୍ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିପୁଲ୍ ଅମୃତଲାଲ୍ ଶାହ । ସିନେମାର ଟ୍ରେଲର୍କୁ ଗତ କିଛି ଦିନ ଆଗରୁ ରିିଲିଜ୍ କରାଯିବା ପରେ ଏବେ ଫିଲ୍ମର ଗୀତ ଗୁଡିକୁ ରିଲିଜ କରାଯାଉଛି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More