ଅଫ ଶୋଲ୍ଡର ଗାଉନରେ ଡାଏନା ପେଂଟିଙ୍କ କାତିଲାନା ଅନ୍ଦାଜ, ଦେଖନ୍ତୁ !
ବଲିଉଡ ଅଭିନେତ୍ରୀ ଡାଏନା ପେଂଟି ପ୍ରଥମଥର ୭୨ତମ କାନ୍ସ ଫେଷ୍ଟିଭାଲରେ ସାମିଲ ହୋଇଛନ୍ତି । ଦୀପିକା ପାଦୁକୋଣ, ପ୍ରିୟଙ୍କା ଚୋପ୍ରା, ହୁମା କୁରେଶୀ, ହୀନା ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରେଡ କାର୍ପେଟରେ ନିଜ ନିଜ ଜଲୱା ଦେଖାଇଥିଲେ ।
ନିକଟରେ ଏବେ ଡାଏନା ନିଜ କାନ୍ସ ଲୁକର କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି , ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି ।
View this post on Instagram
Go big or go home! #Cannes2019 #DianaAtCannes #GreyGooseLife #LiveVictoriously #FauxFeather
ଏହି ଫଟୋରେ ଡାଏନା ବେବି ପିଙ୍କ କଲର ଅଫ ଶୋଲ୍ଡର ଗାଉନରେ ଖୁବ ଗ୍ଲାମରସ ନଜର ଆସୁଛନ୍ତି । ଏହି ରୟାଲ ଲୁକରେ ସେ ଖୁବ କାତିଲାନା ପୋଜ ମଧ୍ୟ ଦେଇଥିଲେ । ଡାଏନାଙ୍କ ଏହି ଗାଉନ ଫକ୍ସ ଫିଦର ଡିଜାଇନର ପ୍ରସ୍ତୁତ ହୋଇଛି ।
View this post on Instagram
Go big or go home! #Cannes2019 #DianaAtCannes #GreyGooseLife #LiveVictoriously #FauxFeather
ଏଠାରେ ଆମେ କହି ରଖୁଛୁ ଯେ ୨୦୦୫ରେ ଡାଏନା ନିଜ ମଡେଲିଂ କ୍ୟାରିଅର ଆରମ୍ଭ କରିଥିଲେ । ମଡେଲିଂ ୭ବର୍ଷ କରିବା ପରେ ୨୦୧୨ରେ ଫିଲ୍ମରେ କାମ କରିଥିଲେ ।
View this post on Instagram
Go big or go home! #Cannes2019 #DianaAtCannes #GreyGooseLife #LiveVictoriously #FauxFeather
ବଲିଉଡ ଫିଲ୍ମ କକଟେଲରେ ସେ ଡେବ୍ୟୁ କରିଥିଲେ । ଡାଏନା ‘ ହାପି ଭାଗ ଜାଏଗି ଏବଂ ‘ହାପି ଫିର ଜାଏଗି’ରେ ମଧ୍ୟ କାମ କରିଛନ୍ତି ।