Only for Entertainment

ଡିନର ପରେ ଗୋଟିଏ କାରରେ ଅଜଣା ବ୍ୟକ୍ତିଙ୍କ ସହ ନଜର ଆସିଲେ ଦିଶା !

82

ଅଭିନେତ୍ରୀ ଦିଶା ପାଟନୀ ବି-ଟାଉନର ଷ୍ଟନର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ଦିଶା ୨୦୧୬ରେ ଆସିଥିବା ଫିଲ୍ମ ‘ଧୋନି: ଦ ଅନଟୋଲ୍ଡ ଷ୍ଟୋରୀରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିଛି ବର୍ଷ ମଧ୍ୟରେ ହିଁ ଦିଶା ଲୋକମାନଙ୍କ ମନରେ ଏକ ଖାସ ଜାଗା ବନାଇ ପାରିଛନ୍ତି । ସୋସିଆଲ ମିଡିଆରେ ସେ ସବୁବେଳେ ନିଜ ବୋଲ୍ଡ ଫଟୋ ଶେୟାର କରନ୍ତି । ଅନେକ ସମୟରେ ଫଟୋ କାରଣରୁ ଟ୍ରୋଲ ମଧ୍ୟ ହୋଇଥାଆନ୍ତି । ଏହାମଧ୍ୟରେ ମଙ୍ଗଳବାର ରାତିରେ ଦିଶା ବାନ୍ଦ୍ରାର ଇଣ୍ଡିଗୋ ରେସ୍ତୋରାଁ ବାହାରେ ଅଚିହ୍ନା ବ୍ୟକ୍ତିଙ୍କ ସହ ସ୍ପଟ ହୋଇଥିଲେ

ଖବର ମୁତାବକ ଏହି ବ୍ୟକ୍ତି ଜଣକ ଦର୍ଶକ ମାନଙ୍କ ପାଇଁ ସିନା ଅଚିହ୍ନା ମାତ୍ର ସେ ଦିଶାଙ୍କ ଜିମ ଟ୍ରେନର ଆଲେକଜାଣ୍ଡର ଏଲେକ୍ସ ଇଲିକ ଅଟନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହା ପ୍ରଥମଥର ନୁହେଁ ଯେ ସେ ନିଜ ଟ୍ରେନର ସହ ସ୍ପଟ ହୋଇଛନ୍ତି । ଅଭିନେତ୍ରୀ ଅନେକଥର ଆଲେକଜାଣ୍ଡରଙ୍କ ସହ ନଜର ଆସିଛନ୍ତି । ରେସ୍ତୋରାଁ ବାହାରେ ମିଡିଆ କ୍ୟାମେରା ଦେଖି ଦିଶା ଖୁସି ହୋଇ ପୋଜ ଦେଇଥିଲେ ।

ଦିଶାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ବାହାରକୁ ଆସି ଦୁହେଁ ଗୋଟିଏ ଗାଡିରେ ଯାଇଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦିଶା ଖୁବ ଶୀଘ୍ର ‘ମଲଙ୍ଗ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଅନୀଲ କପୂର, ଆଦିତ୍ୟ ରୟ କପୂର, କୁଣାଲ ଖେମୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନ ଭାର ତୁଲାଇଛନ୍ତି ମୋହିତ ସୁରୀ । ଏହି ଫିଲ୍ମରେ ଆସନ୍ତା ବର୍ଷ ଭାଲେଂଟାଇନ ଡେ’ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More