Only for Entertainment

ଅଭିନେତା ସୋନୁ ସୁଦ ଚାମ୍ପିଅନ ପିବି ସିନ୍ଧୁଙ୍କ ଉପରେ ପ୍ରସ୍ତୁତ କରିବେ ବାୟୋପିକ !

86

ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । କିଛି ଦିନ ହେବ ବଲିଉଡରେ ବାୟୋପିକକୁ ନେଇ ଜୋରଦାର ଫିଲ୍ମ ପ୍ରସ୍ତୁତ ହେଉଛି । ଖବର ଶୁଣିବାକୁ ମିଳିଛି ଯେ ଭାରତ ଷ୍ଟାର ଖେଳାଳୀ ଏବଂ ବ୍ୟାଡମିଂଟନ ବିଶ୍ୱ ଚାମ୍ପିଅନ ପି. ବି. ସିନ୍ଧୁଙ୍କ କାହାଣୀକୁ ନେଇ ବାୟୋପିକ ପ୍ରସ୍ତୁତ ହେବାକୁ ଯାଉଛି । ସୋନୁ ସୁଦ ଏହି ବାୟୋପିକକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଭାରତର ଷ୍ଟାର ଖେଳାଳୀ ବ୍ୟାଡମିଂଟନ ଖେଳାଳୀ ପି, ବି, ସିନ୍ଧୁ ବିଶ୍ୱ ଚାମ୍ପିଅନରେ ସୂର୍ଣ୍ଣ ପଦକ ଜିତି ଭାରତକୁ ଗର୍ବ ଅନୁଭବ କରାଇଥିଲେ ।

ପି ବି ସିନ୍ଧୁଙ୍କ ଏହି ବଡ ବିଜୟ ହାସଲକୁ ନେଇ ପୂରା ବଲିଉଡ ଖୁସିରେ ଝୁମି ଉଠିଥିଲା । ସୋନୁ ସୁଦଙ୍କୁ ତାଙ୍କର ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ମାତ୍ର ଏହି ସଫଳତା ସୋନୁଙ୍କ ପାଇଁ ଖାସ ଅଟେ । ସୋନୁ କିଛି ଦିନ ହେବ ବାୟୋପିକ ଉପରେ କାମ କରୁଛନ୍ତି । ଶୁଣିବାକୁ ମିଳିଛି ଯେ ଏହି ବାୟୋପିକର ନା’ ସିନ୍ଧୁ’ ହେବ । ଶୁଣିବାକୁ ମିଳିଛି ଯେ ଖୁବଶୀଘ୍ର ଏହି ଫିଲ୍ମକୁ ନେଇ ସୁଟିଂ ମଧ୍ୟ ଆରମ୍ଭ ହୋଇଯିବ ।

ବିଶ୍ୱ ଚାମ୍ପିଅନ ୨୦୧୯ରେ ସୂର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ଶଟଲର ସିନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟ କରିଛନ୍ତି । କେବଳ ସେ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ କୋଚ ମିସ କିମ ମଧ୍ୟ ଥିଲେ । ବିଦେଶରୁ ଫେରି ପ୍ରଧାନମନ୍ତ୍ରୀ ସିନ୍ଧୁଙ୍କୁ ମେଡଲ ପିନ୍ଧାଇ ଶୁଭକାମନା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More