Only for Entertainment

୨୬ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍ ସୁନ୍ଦରୀ ଦିଶା ପଟାନୀ ।

DNA India
0 40

ବି-ଟାଉନର ହଟ୍ ନାୟିକା ଦିଶା ପଟାନୀ ୨୬ ବର୍ଷରେ ରଖିଛନ୍ତି ପାଦ । ଏମ୍.ଏସ୍. ଧୋନୀ ଚଳଚ୍ଚିତ୍ରରୁ ବଲିଉଡରେ ଏଂଟ୍ରି କରିଥିବା ଅଭିନେତ୍ରୀ ଦିଶା ଆଜି ବଲିଉଡର ଅନ୍ୟତମ ଲୋକପ୍ରିୟ ନାୟିକା ହୋଇଛନ୍ତି । ତାଙ୍କ ଡ୍ୟାନ୍ସ, ଆକ୍ଟିଂ ଆଉ ବିୟୁଟିରେ ପ୍ରଶଂସକ ବି ହୋଇଛନ୍ତି ପାଗଳ । ମାତ୍ର ୨ ବର୍ଷର କ୍ୟାରିୟରରେ ବେଶ ସଫଳତା ମିଳିଛି ଦିଶାଙ୍କୁ । ୧୩ ଜୁନ୍ ୧୯୯୨ରେ ଜନ୍ମଲାଭ କରିଥିଲେ ଦିଶା । ପ୍ରଥମେ ମଡେଲିଂ ପରେ ଅଭିନୟରେ ପ୍ରବେଶ କରିଥିଲେ ଦିଶା । ତେଲୁଗୁ ଫିଲ୍ମ ଲୋଫରରୁ ଅଭିନୟ ଯାତ୍ରା ଆମ୍ଭ ହୋଇଥିଲା ସତ । ହେଲେ ଆଜି ସେ ହେଉଛନ୍ତି ବି-ଟାଉନର ଅନ୍ୟତମ ଲୋକପ୍ରିୟ ନାୟିକା । ତେବେ ୨୦୧୬ ମସିହାର ଚଳଚ୍ଚିତ୍ର ଏମ୍ ଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ ହେଉଛି ଦିଶା ପଟାନୀଙ୍କ ବଲିଉଡ୍ ଡେବ୍ୟୁ ଫିଲ୍ମ । ଆଉ ନିଜ ପ୍ରଥମ ସିନେମାରୁ ହିଁ ଅଡିଏନ୍ସଙ୍କୁ ଇଂପ୍ରେସ୍ କରିବାରେ ସଫଳ ହୋଇଥିଲେ ଦିଶା ।

ତେବେ ଏହା ପରେ ଚାଇନିଜ୍ ସିନେମା କୁଙ୍ଗ ଫୁ ୟୋଗାରେ ଦିଶାଙ୍କ ଅଭିନୟ ସ୍ଥାନ ପାଇଥିଲା । ହେଲେ ଚଳିତ ବର୍ଷ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ବାଗି-୨ ହେଉଛି ଦିଶାଙ୍କ କ୍ୟାରିୟରର ପ୍ରଥମ ବ୍ଲକବାଷ୍ଟର୍ ସିନେମା । ଫିଲ୍ମରେ ଦିଶାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଥିଲେ ତାଙ୍କ ର୍ୟୁମର୍ଡ୍ ବୟଫ୍ରେଣ୍ଡ ଟାଇଗର୍ ସିନେମା । ଏହି ସିନେମା ବକ୍ସଅଫିସରେ ସଫଳ ହେବା ପରେ ବଲିଉଡରେ ଦିଶାଙ୍କ ଚାହିଦା ବେଶ୍ ବୃଦ୍ଧି ପାଇଛି । ଇଏ ତ ହେଲା ତାଙ୍କ ଅଭିନୟ ସଫର୍ କଥା । ତେବେ ବ୍ୟକ୍ତିଗତ ଜୀବନରେ ଦିଶା ବେଶ ସାଧାରଣ ଝିଅ । ତାଙ୍କୁ ଡ୍ୟାନ୍ସ କରିବାର ବେଶ ସଉକ ରହିଛି । ଆଉ ସେ ରିତିମତ ଭାବେ ଡ୍ୟାନ୍ସ ପ୍ରାକ୍ଟିସ୍ ବି କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More