Only for Entertainment

ଦିବ୍ୟା ଦତ୍ତାଙ୍କ ଏହି ଭିଡିଓ ଦେଖିଲେ ଉଡିଯିବ ଆପଣଙ୍କ ହୋଶ, ଭାଇରାଲ ହେବାରେ ଲାଗିଛି ଭିଡିଓ ।

Zee News
0 126

ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା ନିଜର ଅଭିନୟରେ ସମସ୍ତଙ୍କର ହୃଦୟ ଜିତି ଆସିଛନ୍ତି । ଏବେ ଦିବ୍ୟାଙ୍କର ଏକ ଭିଡିଓଣ୍ଣ୍ରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦିବ୍ୟା ଦତ୍ତାଙ୍କ ସର୍ଟ ଫିଲ୍ମ ‘ପ୍ଲସ ମାଇନସ’ର ଏକ ସିନ । ଏହି ଭିଡିଓକୁ ୧୪ ସେପ୍ଟେମ୍ବରରେ ଈଈ କସ ଠସଦ୍ଭରଗ୍ଦ ଦ୍ୱାରା ୟୁଟ୍ୟୁବରେ ଅପଲୋଡ କରାଯାଇଛି । ଏହି ଭିଡିଓକୁ ମାତ୍ର କିଛି ଘଣ୍ଟାରେ ଲକ୍ଷରର ଅଧିକ ଭ୍ୟୁଜ ମିଳିସାରିଛି । ଭିଡିଓକୁ ଗୋଟିଏ ଦିନରେ ୫ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ।

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ ଫିଲ୍ମ ‘ପ୍ଲସ ମାଇନସ’ କ୍ୟାପଟେନ ବାବା ହରଭଡନ ସିଂଙ୍କ ଉପରେ ଆଧାରିତ । ସେ ଦେଶ ପାଇଁ ଲଢି ସହିଦ ହୋଇଥିଲେ । କିନ୍ତୁ ତାଙ୍କ ପାର୍ଥିବ ଶରୀରର କୌଣସି ସୂଚନା ମିଳିନଥିଲା । ପାର୍ଥିବ ଶରୀର ନମିଳିବାର ଭାରତୀୟ ସେନା ତାଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ । କିନ୍ତୁ ସେ ତାଙ୍କ ସାଥି ଜବାନଙ୍କ ସ୍ୱପ୍ନରେ ଆସି ଶରୀର ବିଷୟରେ ସୂଚନା ଦେଇଥିଲେ । ତାଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ସେ ଆଜି ମଧ୍ୟ ଦେଶର ସୀମାକୁ ଜଗିଥାଏ । ତାଙ୍କର ଆତ୍ମା ସେଠାରେ ଘୂରିବୁଲେ । ଏହା ସହିତ ସେ ସ୍ୱପ୍ନରେ ଶତୃଙ୍କ ପ୍ଲାନ ବିଷୟରେ କହିଥାନ୍ତି ଏବଂ ତାହା ସତ ମଧ୍ୟ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More