Only for Entertainment

ଘରୁ ବାହାରିବା ମାତ୍ରେ ଏହି କାର୍ଯ୍ୟ କରନ୍ତୁ,ସଫଳତା ପାଇବେ ।

stocksy.com
37

ଘରୁ ବାହାରିବା ମାତ୍ରେ ଆପଣ ନିହାତିଭ ଭାବରେ ଆପଣଙ୍କ ଇଷ୍ଟ ଦେବତାଙ୍କୁ ନତ ମସ୍ତକ ସ୍ୱରୂପ ପ୍ରଣାମ କରି ବାହାରୁଥିବେ । କାରଣ ଏହା ପଛରେ ଏକ ଆଶା ରହିଥାଏଯେ ଦିନଟି ଶୁଭରେ କଟିଯାଉ ଏବଂ କୌଣସି ପ୍ରକାରର ଅମଙ୍ଗଳ ନ ହେଉ । ତେବେ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହାକୁ ନେଇ ଏହିଭଳି କିଛି କଥା ରହିଛି ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଦିନଟି ମଙ୍ଗଳମୟ ହେବ ।

ଯଦି କିଛି ଭଲ କାମ ପାଇଁ ଘରୁ ବାହାରୁଛନ୍ତି ତେବେ ସର୍ବ ପ୍ରଥମେ ନିଜ ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରନ୍ତୁ। କାହିଁକିନା କଥାରେ ଅଛି, ଭଗବାନଙ୍କ ଆଶୀର୍ବାଦ ବିନା କୌଣସି କାମ ସଫଳ ହୁଏ ନାହିଁ। ତେଣୁ ଶୁଭକାମ ପାଇଁ ଭଗବାନଙ୍କୁ ଆଶୀର୍ବାଦ ନେଇ ଯାଆନ୍ତୁ। ଘରୁ ବାହାରିଲା ବେଳେ ମନରେ ସକାରାତ୍ମକ ମନୋଭାବ ରଖନ୍ତୁ। ଏମିତି କରିବା ଦ୍ୱାରା କାମରେ ସଫଳତା ମିଳିଥାଏ।

ସେହିପରି ଘରୁ ବାହାରିବା ପୂର୍ବରୁ ନିଜ ଗୋଡ଼ ଓ ହାତ ପ୍ରଥମେ ବାହାରକୁ ବାହାର କରି ସିଧା ପ୍ରସାରଣ କରନ୍ତୁ। କୁହାଯାଏ କି ଏମିତି କରିବା ଦ୍ୱାରା ଶୁଭ ସଙ୍କେତ ମିଳିଥାଏ।

ଘରୁ ବାହାରିବା ସମୟରେ କାହାରି ନିନ୍ଦା କରିବା ଉଚିତ୍‌ ନୁହେଁ। ନଚେତ ସଫଳ ହେବାକୁ ଥିବା କାମ ବିଗିଡ଼ି ଯିବ।

ଘରୁ ବାହାରିବା ସମୟରେ ଦହି କିମ୍ବା ଗୁଡ଼ ଖାଇ ଘରୁ ବାହାରକୁ ବାହାରନ୍ତୁ। ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଖାଲି ପେଟ ଅର୍ଥାତ୍‌ କିଛି ଖାଦ୍ୟ ନ ଖାଇ ବାହାରକୁ ବାହାରିବା ଉଚିତ୍‌ ନୁହେଁ। ଏପରି କଲେ ହେବାକୁ ଥିବା କାମ ବିଗିଡ଼ିଯାଏ।

ଘରୁ ବାହାରିବା ପୂର୍ବରୁ ବାପା ମା’ ଓ ଆପଣ ଯେଉଁଠି ରହୁଛନ୍ତି ସେଠାରେ ଥିବା ଦେବତାଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ। ଏମିତି କରିବା ଦ୍ୱାରା ଦିନ ଭଲରେ କଟିବା ସହ କାମରେ ସଫଳତା ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More