Only for Entertainment

ନୁସରତ ଭରୁଚାଙ୍କ ଖୁଲାସା, ସୁନ୍ଦରତା ପାଇଁ ହୋଇଥିଲେ ‘ସ୍ଲମଡଗ ମିଲେନିୟର’ରୁ ରିଜେକ୍ଟ !

in
61

ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଏବେ ଫିଲ୍ମ ‘ଡ୍ରିମ ଗର୍ଲ’ର ସଫଳତାକୁ ନେଇ ଖୁସି ଅଛନ୍ତି । ଫିଲ୍ମକୁ ଦର୍ଶକଙ୍କ ସହିତ କ୍ରିଟିକ୍ସ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ନୁସରତ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ ସେୟାର କରି ଛନ୍ତି । ଏହାକୁ ନେଇ ନୁସରତ ଖୁବ ଖୁସି ଏବଂ ଉତ୍ସାହିତ । ନୁସରତ୍ ୨୦୧୧ରେ ଆସିଥିବା ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ତାଙ୍କ ‘ସୋନୁ କେ ଟିଟୁ କି ସ୍ୱିଟି’ ଫିଲ୍ମକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଓ ଏହା ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଥିଲା । ଇତି ମଧ୍ୟରେ ନୁସରତ ଏକ ବଡ ଖୁଲାସା କରିଛନ୍ତି ।

ନିକଟରେ ନୁସରତ୍ ଏକ ସାକ୍ଷାତକାରରେ ସମସ୍ତକୁ ଆଶ୍ଚର୍ୟ୍ୟ କରିବା ଭଳି କଥା କହିଛନ୍ତି । ସେ କହିଛନ୍ତି କି, ଓସ୍କାର ଆୱାର୍ଡ ଜିତିଥିବା ଫିଲ୍ମ ‘ସ୍ଲମଡଗ ମିଲେନିୟର’ ରେ ଅଭିନୟ କରିବାର ଥିଲା କିନ୍ତୁ ପରେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା ।

ନୁସରତଙ୍କ କହିବା ଅନୁଯାୟୀ ଏହି ଫିଲ୍ମରେ ତାଙ୍କୁ ତାଙ୍କ ସୁନ୍ଦରତା ପାଇଁ ରିଜେକ୍ଟ କରିଦିଆଯାଇଥିଲା । ସେ କହିଛନ୍ତି ଯେ,  ଫିଲ୍ମ ନିର୍ମାତାମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ଏହା ଏକ ଝୁମ୍ପୁଡି ବସ୍ତିରେ ରହୁଥିବା ଝିଅର ଭୂମିକା ଥିଲା ଓ ଏହି ଚରିତ୍ର ପାଇଁ ନୁସରତ୍ ଖୁବ୍ ଅଧିକ ସୁନ୍ଦରୀ ଥିଲେ । ଏହି  ଫିଲ୍ମରେ ଲତିକାଙ୍କ ଚରିତ୍ରରେ ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଅଭିନୟ କରିଥିଲେ ଓ ଏହି ଫିଲ୍ମ ଓସ୍କାର ପୁରସ୍କାର ମଧ୍ୟ ଜିତିଥିଲା । ନୁସରତଙ୍କ ପାଇଁ ମଧ୍ୟ ଏହା ଏକ ଅଜବ କଥା ଯେ, ସୁନ୍ଦର ଚେହେରା କାରଣରୁ ତାଙ୍କୁ ରିଜେକ୍ଟ କରାଯାଇଥିଲା ।

ନୁସରତଙ୍କ କ୍ୟାରିୟର କଥା କୁହାଯାଏ ତେବେ ଆୟୁଷ୍ମାନ ଖୁରାନାଙ୍କ ସହିତ ‘ଡ୍ରିମ ଗାର୍ଲ’ ବ୍ୟତୀତ ସେ ରାଜକୁମାର ରାଓଙ୍କ ସହିତ ଫିଲ୍ମ ‘ତୁର୍ରମ ଖାଁଁ’ ରେ ମଧ୍ୟ ଆସୁଛନ୍ତି । ଏହା ସହିତ ସେ ବିକ୍କି କୌଶଲଙ୍କ ଭାଇ ସନ୍ନି କୌଶଲଙ୍କ ସହିତ ଫିଲ୍ମ ‘ହୁଡ୍ଦଙ୍ଗ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More