ଭିଡ ରାସ୍ତାରେ ପାଏଲଟ କଲେ ବିମାନର ତତ୍କାଳୀନ ଲ୍ୟାଣ୍ଡିଂ, ଲୋକମାନେ ହେଲେ ଆଶ୍ଚର୍ଯ୍ୟ !
ଆପଣ କେବେ ଶୁଣିଛନ୍ତି ଯେ କୌଣସି ବିମାନ ଲାଣ୍ଡିଂ ଭିଡ ଥିବା ରାସ୍ତାରେ ହେବା ! କେବେ ବି ନୁହେଁ ନା ! କିନ୍ତୁ ଆମେରିକାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଭିଡିଓରେ ପରିଷ୍କାର ଦେଖିବାକୁ ମିଳିଛି ସଡକରେ ଗାଡି ଚାଲୁଥିବା ବେଳ ସେହି ରାସ୍ତାରେ ବିମାନ ଲାଣ୍ଡିଂ ହେଉଛି । କେବଳ ସେତିକି ନୁହେଁ ଲାଣ୍ଡିଂ କରିବା ପରେ ହିଁ ସିଗ୍ନଲ ଦେଖାଇଛି ଯାହାପରେ ପାଏଲଟ ଅଚାନକ ବ୍ରେକ ମାରିଛନ୍ତି । ସେତେବେଳ ପର୍ଯ୍ୟନ୍ତ ଅଟକି ରହିଲା ଯେତେବେଳ ପର୍ଯ୍ୟନ୍ତ ଗ୍ରୀନ ସିଗନାଲ ନ ଦେଖାଇଛି । ଏହି ଭିଡିଓକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
A single prop KR2 plane is safely on the ground after having to make an emergency landing on SR7/138th at 8:15a this morning due to a fuel system malfunction. No injuries to anyone involved. Troopers helped push the plane clear the roadway. #WhenYouThinkYouveSeenItAll pic.twitter.com/JIUYWs7kKc
— Trooper Johnna Batiste (@wspd1pio) August 1, 2019
Trooper Thompson’s dash cam video capturing this morning’s events! Great job by the pilot and trooper! pic.twitter.com/7X0uWYJ9fc
— Trooper Johnna Batiste (@wspd1pio) August 1, 2019
ଏହି ଭିଡିଓକୁ ୱାଶିଂଟନର ଜଣେ ବ୍ୟକ୍ତି ଶେୟାର କରିଛନ୍ତି । ବିମାନର ଫ୍ୟୁଲ ସିଷ୍ଟମରେ କିଛି ତୃଟି ଥିବା ଯୋଗୁଁ ଅଟକି ଯାଇଥିଲା । ଯେଉଁକାରଣରୁ ପାଏଲଟ ତତ୍କାଳିନ ଲ୍ୟାଣ୍ଡିଂ କରିଥିଲେ । ଏହାପରେ ତାକୁ ଧକ୍କା ଲଗାଇ ସଡକ କଙ୍ଗରେ ରଖାଯାଇଥିଲା ।