Only for Entertainment

ସ୍ୱାସ୍ଥ୍ୟ ଖରାପ କରିଥାଏ ବିଛଣାରେ ବସି ଖାଇବା, ଜାଣନ୍ତୁ ଆଉ କିଛି ଜରୁରୀ କଥା

Shutterstock
43

ଯେଉଁମାନେ ବାସ୍ତୁରେ ବିଶ୍ୱାସ କରିଥାନ୍ତି ତାଙ୍କ ମତରେ ବାସ୍ତୁ ପ୍ରତ୍ୟେକଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ପୁରାତନ କଥା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଘରେ ବାସ୍ତୁ ଦେଷ ଥାଏ ତେବେ ତାଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । କିନ୍ତୁ ଖୁସିର କଥା ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କିଛି ନିୟମ ଦ୍ୱାରା ଆପଣ ବାସ୍ତୁ ସମସ୍ୟା ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଘର ଏବଂ ଜୀବନରୁ ବାସ୍ତୁ ଦୋଷ ଦୂର କରିବାର କିଛି ସରଳ ଉପାୟ…

ଖଟରେ ବସି ଭୋଜନ କରିବା-
ସାଧାରଣତଃ ଲୋକେ ରାତିରେ ନିଜ ବିଛଣାରେ ହିଁ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହାର ସିଧା ପ୍ରଭାବ ଆପଣ ଆୟ କରୁଥବା ଧନ ଉପରେ ପଡିଥାଏ । ଆଜ୍ଞା ହିଁ, ବିଛଣାରେ ବସି ଭୋଜନ କରିବା ଦ୍ୱାରା ଘରର କେହି ନା କେହି ସଦସ୍ୟ ସବୁବେଳେ ଅସୁସ୍ଥ ରହିଥାଏ । ଆପଣ ଆୟ କରୁଥିବା ଧନ ସବୁବେଳେ ଔଷଧ କିଣିବାରେ ବ୍ୟର୍ଥ ହୋଇଯାଏ । ସେଥିପାଇଁ ଭୋଜନ କରିବା ସମୟରେ ତଳେ ବସି ଆସନ ପକାଇ ବସନ୍ତୁ ।

ଝାଡୁକୁ ଠିଆ କରି ରଖିବା-
ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁକୁ ଠିଆ କରି ରଖିବା ବର୍ଜନୀୟ । ଏହା ସହିତ ଝାଡୁକୁ ପାଦରେ ମଧ୍ୟ ଛୁଇଁବା ଅନୁଚିତ । ଏହା ଦ୍ୱାରା ଘରର ବୃଦ୍ଧି ଦୁଏ ନାହିଁ ।

କବାଟ ଏବଂ ଝରକା ଶବ୍ଦ କରିବା-
କବାଟ ଏବଂ ଝରକା ବନ୍ଦ କରିବା ସମୟରେ ଝରକା କବାଟ ଜୋରରେ ଶବ୍ଦ କରୁଥିଲେ ସେଥିରେ ସମୟ ସମୟରେ ତେଳ ପକାନ୍ତୁ । ଝରକା କବାଟ ଜୋରରେ ଶବ୍ଦ କରିବା ଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More