ବହୁ ପ୍ରତିକ୍ଷୀତ କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକାର ପ୍ରଥମ ଗୀତ ଭିଜୟୀ ଭବ ରିଲିଜ ହୋଇ ସାରିଛି । ଗୀତରେ କଙ୍ଗନା ଜଣେ ସଶକ୍ତ ମହିଳା ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ କଙ୍ଗନାଙ୍କ ଦମଦାର ଅଭିନୟ ସମସ୍ତଙ୍କ ହୃଦୟ ଜିତିନେବ ।
ଛାତି ଥରିବା ଭଳି ଡାଏଲଗ ସାଙ୍ଗକୁ ଅଭିନୟର କଡ଼ା ଯାଦୁରେ ଦର୍ଶକଙ୍କ ମନମୋହିବ କଙ୍ଗନାଙ୍କ ଅଭିନୟ । କଙ୍ଗନାଙ୍କ ହାବଭାବ ବିଲକୁଲ ରାଣୀଙ୍କ ଭଳି ନଜର ଆସିଛି । ଯୁଦ୍ଧ ସମୟରେ କଙ୍ଗନାଙ୍କ ଲୁକ ଅଧିକ ଆକର୍ଷଣୀୟ ଅନୁଭବ ହେଉଛି । ଏହା ସହିତ ଅଙ୍କିତା ଲୋଖଣ୍ଡେଙ୍କ ଚରିତ୍ର ମଧ୍ୟ ଖୁବ ଆକର୍ଷଣୀୟ ହେବ । କହିରଖୁଛୁଯେ ଏହି ଗୀତକୁ ଶଙ୍କର ଅହସାନ ଲୟ କମ୍ପୋଜ କରିଛନ୍ତି । ଗୀତକୁ ଗାଇଛନ୍ତି ଶଙ୍କର ମହାଦେବନ ଓ ଗୀତକୁ ଲେଖିଛନ୍ତି ପ୍ରସୂନ ଯୋଶୀ ।