Only for Entertainment

ଆର ପାରିରେ ‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

Pragativadi
0 51

ସମ୍ବଲପୁରୀ ଭାଷାର ସବୁଠାରୁ ଲୋକପ୍ରିୟ ଗୀତ ତଥା ବିଶ୍ୱ ପ୍ରସିଦ୍ଧ ‘ରଙ୍ଗବତୀ’ ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ଆଉ ନାହାନ୍ତି। ଆଜି ଭୋର ସାଢେ ଚାରିଟା ସମୟରେ ଏହି ପ୍ରସିଦ୍ଧ ସଙ୍ଗୀତକାର, ବାଦ୍ୟକାର ସମ୍ବଲପୁରର ଏକ ଘରୋଇ ନର୍ସିଂ ହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ପ୍ରଭୁଦତ୍ତ ପ୍ରଧାନଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ୧୯୪୩ ମସିହା ନଭେମ୍ବର ୧୧ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ପତ୍ନୀ ଓ ଦୁଇ ପୁତ୍ର ଆଶିଷ ଓ ଅସୀମ ଅଛନ୍ତିି। ପ୍ରାପ୍ତ ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ୯ ଟା ସମୟରେ ତାଙ୍କର ମୃତ ଶରୀରକୁ କବର ଦିଆଯିବ।

ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନ ଦୀର୍ଘ ୪୫ ବର୍ଷ ହେବ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ସେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟ ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ପ୍ରଭୁଦତ୍ତ ଢୋଲ ଓ ମାଦାଳ ବାଦ୍ୟରେ ବିଶେଷ ଦଖଲ ଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More