Only for Entertainment

ଜିମରେ ଚକଲେଟ୍ ବୟଙ୍କ କସରତ୍, ଫ୍ୟାଟ୍ ରୁ ଫିଟ୍ ହେଲେ ବାବୁଶାନ୍

insta pic
263

ଓଲିଉଡ୍ ଚକଲେଟ୍ ବୟ ବାବୁଶାନ୍ ମହାନ୍ତି ଏବେ ନିଜର ସିକ୍ସ ପ୍ୟାକ୍ ବଡି ବନାଇବାରେ ବ୍ୟସ୍ତ । ସିକ୍ସ ପ୍ୟାକ୍ ବଡି ପାଇଁ ବାବୁଶାନ ନିଜର ଅନେକ ସମୟ ଏବେ ଜିମରେ କାଟୁଛନ୍ତି । ନିଜର ଗୋଲ୍ ମଟୋଲ୍ ଫିଗରକୁ ଅଲବିଦା କହି ଏବେ ବାବୁଶାନ ବନାଇଛନ୍ତି ନିଜର ସିକ୍ସ ପ୍ୟାକ୍ଡ ବଡି । ଯାହା ପାଇଁ ଜିମରେ ଢେର୍ ମେହନତ କରୁଛନ୍ତି ବାବୁଶାନ୍ । ନିଜର ଏକ ଏକ୍ସର୍ସାଇଜ୍ କରିବାର ଭିଡିଓକୁ ବାବୁଶାନ୍ ନିଜ ସୋସିଆଳ୍ ମିଡିଆରେ ସେୟାର୍ କରିଛନ୍ତି । ଯେଉଁଥିରେ ତାଙ୍କୁ ଜବରଦସ୍ତ ଏକ୍ସରସାଇଜ୍ କରିବାର ଦେଖିବାକୁ ମିଳିଛି ।

 

View this post on Instagram

 

#Wednesday #motivation

A post shared by Babushaan Mohanty (@mohanty_babushaan) on

କେତେବେଳେ ରୋମିଓ ତ କେତେବେଳେ ଲୋଫର ପୁଣି କେତେବେଳେ ଲଭ ମାଷ୍ଟର ଆଉ କେବେକେବେ ଇଡିଅଟ୍ ସାଜନ୍ତି ପରଦା ଉପରେ ସେ । ଫିଲ୍ମ ରୋମିଓରୁ ନିଜ ଡେବ୍ୟୁ କ୍ୟାରିଅର୍ ଆରମ୍ଭ କରିଥିବା ବାବୁସାନ୍ ନିଜ ବେମିସାଲ୍ ଆକ୍ଟିଂ ଜରିଆରେ ଓଲିଉଡରେ ହୋଇଛନ୍ତି ଲୋକପ୍ରିୟ ନାୟକ । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ବନାଇ ପାରିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । କମେଡି ହେଉକି ସିରିୟସ୍ ଡାଏଲଗ୍, ରୋମାନ୍ସ ହେଉ କି ଡ୍ୟାନ୍ସ ଅବା ଆକ୍ସନ୍ ନିଜ ପ୍ରତ୍ୟେକ ସିନ୍, ପ୍ରତ୍ୟେକ ଚରିତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ପରଦାରେ ତୋଳି ପାରିଛନ୍ତି ବାବୁଶାନ୍ ।

 

 

View this post on Instagram

 

I Simply wanted to see what happens if I don’t give up?

A post shared by Babushaan Mohanty (@mohanty_babushaan) on


ତୋ ଆଖିରେ ମୁଁ, ଲୋଫର୍, ଚକଲେଟ୍, ଲୁଚକାଳି, ଆଖିରେ ଆଖିରେ, ଲଭ୍ ଷ୍ଟେସନ୍, ସିଷ୍ଟର୍ ଶ୍ରୀଦେବୀ, ହିରୋ ନମ୍ବର୍ ୱାନ୍ ଭଳି ୩୦ରୁ ଅଧିକ ସିନେମାରେ ନିଜ ଜବରଦସ୍ତ ଅଭିନୟ ପରଶି ଓଡିଆ ଦର୍ଶକଙ୍କ ଫେବରେଟ୍ ହୋଇ ପାରିଛନ୍ତି ଏହି ନାୟକ । ଆଉ ଏବେ ଫ୍ୟାଟରୁ ହୋଇଛନ୍ତି ସେ ଫିଟ୍ । ଲାଗୁଛି ତାଙ୍କ ସିକ୍ସ ପ୍ୟାକ୍ ବଡି ଏବେ ତାଙ୍କ ଅଭିନୟ କ୍ୟାରିୟରକୁ ଆହୁରି ମାଇଲେଜ୍ ପ୍ରଦାନ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More