Only for Entertainment

ତାପସୀ ପନ୍ନୁ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ସାଣ୍ଡ କି ଆଁଖ’ର ଟିଜର ରିଲିଜ !

34

ତାପସୀ ପନ୍ନୁ ଏବଂ ଭୂମି ପେଡନେକରଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ଟିଜର ରିଲିଜ ହୋଇଛି । ଏହା ଫିଲ୍ମରେ ଦୁନିଆର ସବୁଠାରୁ ଅଧିକ ବୟସ୍କା ସୁଟର ଚଂନ୍ଦ୍ରୋ ଏବଂ ପ୍ରକାଶୀ ତୋମର ଙ୍କ ଜୀବନ ଊପରେ ଆଧାରିତ । ଏହି ଫିଲ୍ମ ଯେବେଠାରୁ ଆରମ୍ଭ ହେଲାଣି ସେବେଠାରୁ ହିଁ ଏହାକୁ ନେଇ ଖୁବ ଚର୍ଚ୍ଚା ରହିଛି । ଏବଂ ଏବେ ଏହାର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଛି ।

ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ୧.୨୩ମିନିଟ ଲମ୍ବା କ୍ଲିପ ରିଲିଜ ହୋଇଛି । ଫିଲ୍ମରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ନିଜ ଗ୍ଲାମରସ ଅବତାରରୁ ପରିବର୍ତ୍ତନ ହୋଇ ଜଣେ ପଶ୍ଚିମୀ ଉତ୍ତର ପ୍ରଦେଶର ଗ୍ରାମୀଣ ମହିଳାଙ୍କ ଭଳି ନଜର ଆସିଛନ୍ତି । ଫିଲ୍ମରେ ତାଙ୍କର ଅଭିନୟ ଏବଂ କଥାବାର୍ତ୍ତା ବିଲକୁଲ ଗାଉଁଲି ମହିଳାଙ୍କ ଭଳି ଦେଖିବାକୁ ମିଳିଛି ।

ଏହି ଫିଲ୍ମର ସୁଟିଂ ଉତ୍ତର ପ୍ରଦେଶର ଜୌହରୀ ଗାଁରେ ହୋଇଛି । ଫିଲ୍ମ ପ୍ରକାଶୀ ଏବଂ ଚନ୍ଦ୍ରୋ ତୋମରଙ୍କ କାହାଣୀ ଯାହା ନିଜ ଝିଅଙ୍କ ଉଜ୍ୱଳ ଭବିଷ୍ୟ ପାଇଁ ୫୦ବର୍ଷ ବୟସରେ ସୁଟିଂ ଆରମ୍ଭ କରୁଛନ୍ତି । ଏଠାରେ ପ୍ରଫେସନାଲ ସୁଟିଂ ରେ ଏହି ଦୁଇଜଣ ୩୫୨ମେଡାଲ ଜିତିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳୀ ଅବସରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More