Only for Entertainment

ସଲମାନ ଖାନଙ୍କ ଭାରତ ଫିଲ୍ମର ‘ଏଥେ ଆ’ ଗୀତ ରିଲିଜ, ଫ୍ୟାନ୍ସ କହିଲେ ଚାର୍ଟବଷ୍ଟର ଅଟେ ଏହି ଗୀତ !

53

ଚଳିତ ବର୍ଷ ଇଦରେ ରିଲିଜ ହେବାକୁ ସଲମାନ ଖାନଙ୍କ ଫିଲ୍ମ ଭାରତର ଆଉ ଏକ ଗୀତ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ଏଥେ ଆ’ । ଗୀତର ଆରମ୍ଭ ଇଣ୍ଡିଆ ୱାର୍ଲ୍ଡକପ ଜିତି ସାରିଥିଲା ଏବଂ ଭାରତ ହୃଦୟ ହାରି ଯାଇଥିଲା । ଗୀତରେ ଦୃଶାୟନ ହୋଇଛନ୍ତି କ୍ୟାଟ୍ରିନା ଏବଂ ସଲମାନ । ସଲମାନ ସୋସିଆଲ ମିଡିଆରେ ଗୀତ ରିଲିଜ ହେବା ଖବର ଜଣାଇଛନ୍ତି ।

ଗୀତ ଶେୟାର କରି ସଲମାନ ଖାନ ଲେଖିଛନ୍ତି ‘ବିବାହ ପାଇଁ ଦେଶୀ ଗୀତ’ । ଏହି ଗୀତକୁ ସୋସିଆଲ ମିଡିଆରେ ମଧ୍ୟ ଭଲ ରେସପନ୍ସ ମିଳିଛି । ଫ୍ୟାନ୍ସଙ୍କୁ ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡି ଖୁବ ପସନ୍ଦ ଆସିଛି ।ଗୀତକୁ ଲୋକମାନେ ଚାର୍ଟ ବଷ୍ଟର ବୋଲି କହୁଛନ୍ତି । ଏହି ଗୀତକୁ ବିଶାଲ ଦଦଲାନୀ, ଶେଖର ରାବଜିୟାନୀ, ନୀତି ମୋହନ , କମାଲ ଖାନ ଏବଂ ଅକାସା ସିଂ ଗାଇଛନ୍ତି ।

ଇରଶାଦ କାମିଲ ଲିରିକ୍ସ ଲେଖିଛନ୍ତି ଏବଂ ଗୀତରେ କୋରିଓଗ୍ରାଫି ଭାର ତୁଲାଇଛନ୍ତି ବୈଭବୀ ମର୍ଚାଂଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More