Only for Entertainment

ରିଲିଜ ହେଲା ଦବଙ୍ଗ୩ ରୋମାଂଟିକ ଗୀତ ‘ନୈନା ଲଡେ’ର ମେକିଂ ଭିଡିଓ, ଭିଡିଓ ଦେଖିବାକୁ ମିଳିଲା ନୂଆ ରଜ୍ଜୋଙ୍କ ସହ ସଲମାନଙ୍କ ଲଭ କେମେଷ୍ଟ୍ରି !

39

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଦବଙ୍ଗ ଥ୍ରୀ । ସାଥିରେ ପୁଣି ଫେରୁଛନ୍ତି ବଲିଉଡର ଲୋକପ୍ରିୟ ପୁଲିସ ବାବୁ ଚୁଲବୁଲ ପାଣ୍ଡେ । ଫିଲ୍ମରେ ରହିଛି ଦମଦାର ଆକ୍ସନ,ରୋମାନ୍ସ,ଷ୍ଟଟଂ ସହ ରୋମାନ୍ସ । ପ୍ରତିଥର ପରି ଏଥରକ ମଧ୍ୟ ଅଭିନେତା ସଲମାନ ଖାନ ଗୁଣ୍ଡାଙ୍କ ସହ ଲଢିବେ ଓ ନାୟିକାଙ୍କ ସହ ରୋମାନ୍ସ କରିବେ । କିନ୍ତୁ ଫିଲ୍ମର କାହାଣୀରେ ରହିଛି ଟିକେ ଟୁଇଷ୍ଟ । କାରଣ ସଲମାନ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ । ଦବଙ୍ଗ ଓ ଦବଙ୍ଗ ଟୁରେ ସଲମାନ ରଜୋ ଅର୍ଥାତ ସୋନାକ୍ଷୀଙ୍କ ସହ ରୋମାନ୍ସ କରିଥିଲେ । କିନ୍ତୁ ଏଥର ରଜୋଙ୍କ ସହ ସଲମାନଙ୍କ ନୂଆ ନାୟିକା ହେବେ ଖୁସି । ଖୁସି ଭୁମିକାରେ ରହିଛି ନବାଗତା ନାୟିକା ସାଇ ମଂଜେସକରଙ୍କ ଅଭିନୟ । ନିକଟରେ ସଲମାନ ଓ ସାଇଙ୍କ ଅଭିନୀତ ‘ନୈନା ଲଡେ’ ଗୀତ ରିଲିଜ ହୋଇଥିଲା । ଏହି ଗୀତକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ । ଏବେ ପ୍ରଡକ୍ସନ ହାଉସ ଗୀତର ମେକିଂ ଭିଡିଓ ଜାରି କରିଛନ୍ତି । ଦେଖନ୍ତୁ –


ପରଦା ପଛରେ ସଲମାନ ଓ ସାଇଙ୍କ ରୋମାନ୍ସ ସିନ କିଭଳି ସୁଟିଂ କରାଯାଇଛି ସେହି ସବୁ ମେକିଂ ଭିଡିଓରେ ଦେଖିବାକୁ ମିଳିଛି । ରିର୍ହେସଲ ଠୁ ନେଇ ସୁଟିଂ ସେଟର ଅଳ୍ପ ବହୁତ ଝଲକ ରହିଛି ମେକିଂ ଭିଡିଓରେ । ସାଜିଦ ୱାଜିଦଙ୍କ ଗୀତରେ ରହିଛି ଜାବେଦ ଅଲ୍ଲୀଙ୍କ ଗାୟିକୀ । କୋରିଓଗ୍ରାଫର ବିନୟ ସାପ୍ରୁ ଓ ରାଧିକା ରାଓ ଏହି ଗୀତର କୋରିଓଗ୍ରାଫି କରିଛନ୍ତି । ତେବେ ଡିସେମ୍ବର ୨୦ରେ ପରଦାକୁ ଆସୁଛି ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଦବଙ୍ଗ ଥ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More