Only for Entertainment

ଫିଲ୍ମ୍ ସମୀକ୍ଷା : ‘ରେସ-୩’, ଫିଲ୍ମରେ ରହିଛି ଦମଦାର ଆକ୍ସନ

you tube
0 41

Ratings

5.7
Good
  • IMDb 7.2
  • Bollywood hungama 8
  • Hindustan Times 2

ଫିଲ୍ମର ନାମ- ରେସ-୩
ନିର୍ଦ୍ଦେଶକ- ରେମୋ ଡିସୁଜା
ଷ୍ଟାର କାଷ୍ଟ- ସଲମାନ ଖାନ, ଜ୍ୟାକଲିନ ଫର୍ଣ୍ଣାଡିଜ, ସାକିବ ସଲିମ, ଡେଜି ଶାହ, ବବି ଦେଓଲ, ଅନୀଲ କପୁର ଏବଂ ଫ୍ରେଡି ଦାରୁବାଲା
ଅବଧି- ୨ ଘଣ୍ଟା ୩୯ ମିନିଟ
ସାର୍ଟିଫିକେଟ- ୟୁ/ଏ

୧୫ ଜୁନ ଅର୍ଥାତ ଆଜି ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରେସ-୩’ ପରଦାକୁ ଆସିଛି । ୨୦୦୮ରେ ନିର୍ଦ୍ଦେଶକ ଯୋଡି ଅବାସ ମସ୍ତାନ ରେସ-୩ ଫ୍ରଞ୍ଚାଇଜର ପ୍ରସଥମ ଫିଲ୍ମ ‘ରେସ’ ନିର୍ମାଣ କରିଥିଲେ । ଏହା ପରେ ୨୦୧୩ରେ ‘ରେସ-୨’ର ନିର୍ମାଣ କରାଯାଇଥିଲା । ଏହାପରେ ସଲମାନଙ୍କୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ରେସ-୩’ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜଣାଶୁଣା କୋରିଓଗ୍ରାଫର ରେମୋ ଡିସୁଜା । ତେବେ ଆସନ୍ତୁ ଜାଣିବା କିପରି ହୋଇଛି ‘ରେସ-୩’ ।

କାହାଣୀ
ଫିଲ୍ମର କାହାଣୀ ଗଲ୍ଫ ଦେଶରୁ ଆରମ୍ଭ ହେଉଛି ଯେଉଁଠି ଶମଶେର ସିଂ (ଅନୀଲ କପୁର) ନିଜର ଦୁଇ ସନ୍ତାନ ସଂଜନା (ଡେଜି ଶାହ) ଏବଂ ସୁରଜ (ସକିବ ସଲିମ)ଙ୍କ ସହିତ ରୁହନ୍ତି । ଏହା ସହିତ ତାଙ୍କର ଅସ୍ତ୍ରଶସ୍ତ୍ର ବ୍ୟବସାୟକୁ ତାଙ୍କ ସାବତ ପୁଅ ସିକନ୍ଦର (ସଲମାନ ଖାନ) ସମ୍ଭାଳିଥାନ୍ତି । ସିକନ୍ଦରର ଖୁବ ଘନିଷ୍ଠ ୟଶ (ବବି ଦେଓଲ) । ରାଣା (ଫ୍ରେଡି ଦାରୁବାଲା)ଙ୍କ ଏଣ୍ଟ୍ରି ପରେ କାହାଣୀରେ ଟୁଇଷ୍ଟ ଆସିଥାଏ । ରାଣା ସିକନ୍ଦରର ବିଜନେସକୁ କ୍ଷତି କରିବାକୁ ଚାହିଁଥାଏ । କାହାଣୀରେ ଜେସିକା (ଜ୍ୟାକଲିନ ଫର୍ଣ୍ଣାଡିଜ)ଙ୍କ ମଧ୍ୟ ଭିନ୍ନ ଭୂମିକା ରହିଛି । ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର, ଚେସ ସିକ୍ୱେନ୍ସ ଏବଂ ଆଲ୍ଲାହାବାଦରୁ ଗଲ୍ଫ କଣ୍ଟ୍ରି ପର୍ଯ୍ୟନ୍ତ ଶମଶେରାର ଯାତ୍ରା କପରି ରହିଛି, ଏହା ପଛରେ କ’ଣ କାରଣ ରହିଛି ଏବଂ ଶେଷରେ କ’ଣ ହେଉଛି ତାହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ହଲକୁ ଯିବାକୁ ପଡିବ ।

ଦୁର୍ବଳ ଭାଗ
ଫିଲ୍ମର କାହଣୀ ସହିତ ଫିଲ୍ମର ସ୍କ୍ରିନ ପ୍ଲେ ଖୁବ ଦୁର୍ବଳ ରହିଛି । କୌଣସି ଚରିତ୍ରକୁ ଲେଖକ ନ୍ୟାୟ ଦେଇ ପାରିନାହାଁନ୍ତି । ଫିଲ୍ମରେ ହିରୋର ଭୂମିକା ବିଶେଷ ନଥିବା ବେଳେ ଜବରଦସ୍ତ ଖଳନାୟକଙ୍କୁ ମଧ୍ୟ ଦେଖିବାକୁ ମିଳିନାହିଁ । ସେଲଫିସ ସଙ୍ଗ ଦୁଇ ଥର ଅଲଗା ଅଲଗା ସମୟରେ ଆସିଛି । ପୁଣିଥରେ ଗୋଟିଏ ପରିବାର ମଧ୍ୟରେ ଅନ୍ତକଳହକୁ ଦର୍ଶାଯାଇଛି । ଫିଲ୍ମରେ ଉତ୍ତର ପ୍ରଦେଶ ଭାଷାର ପ୍ରୟୋଗ କରାଯାଇଛି କିନ୍ତୁ ଏହା ସଠିକ ଭାବରେ ପ୍ରୟୋଗ କରାଯାଇନାହିଁ ।

ଫିଲ୍ମରେ କ’ଣ ଦେଖିବେ
ଯଦି ଆପଣ ସଲମାନ ଖାନଙ୍କର ଫ୍ୟାନ ତେବେ ଫିଲ୍ମ ନଦେଖି ଆପଣ ରହିପାରିବେ ନାହିଁ । ତେବେ ଥରେ ନିଶ୍ଚିତ ଦେଖନ୍ତୁ । ସବୁକଳାକାର ଭଲ ଅଭିନୟ କରିଛନ୍ତି । ବ୍ୟାକଗ୍ରାଉଣ୍ଟ ସ୍କୋର ଭଲ ରହିଛି । ।୩କ୍ସନ ମଧ୍ୟ ଖୁବ ଭଲ ହୋଇଛି ।

ବକ୍ସ ଅଫିସ
ଫିଲ୍ମର ବଜେଟ ପାଖାପାଖି ୧୫୦ କୋଟି ରହିଛି । ତେବେ ଫିଲ୍ମ ରିଲିଜ ପୂର୍ବରୁ ୧୩୦ କୋଟି ଆୟ କରିସାରିଛି । ସାଟେଲାଇଟ ରାଇଟସରୁ ଏହି ଅର୍ଥ ଆୟ କରାଯାଇଛି । ଟ୍ରେଡ ଆନାଲିଷ୍ଟଙ୍କ ମତରେ ଫିଲ୍ମ ଗୋଟଏ ଦିନରେ ୩୦-୪୦ କୋଟିର ବ୍ୟବସାୟ କରିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More