Only for Entertainment

ରିଲିଜ ହେଲା ପ୍ରଥମ ଓଲିଉଡ ଡ୍ୟାନ୍ସ ଫିଲ୍ମ ‘କ୍ରିଷ୍ଣା’ର ଟ୍ରେଲର ।

YouTube
0 40

ରିଲିଜ୍ ହୋଇଛି ଆଗାମୀ ଓଡିଆ ଫିଲ୍ମ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍’ର ପ୍ରଥମ ଟ୍ରେଲର୍ । ଫିଲ୍ମଟି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ଡି. କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି । କିଭଳି ସାଧାରଣ ବସ୍ତି ପିଲା ଓ ଶ୍ରମିକଙ୍କୁ ତାଲିମ୍ ଦେଇ ଜାତୀୟ ମଂଚରେ ଭେଟି ଦେଇଥିଲା ଚମତ୍କାର ନୃତ୍ୟ କଳା ତାହା ଦେଖିବାକୁ ମିଳିବ ଏହି ସିନେମାରେ । କ୍ରିଷ୍ଣା ନିଜେ ଏହି ସିନେମାରେ ଅଭିନୟ କରିଛନ୍ତି ଆଉ ଫିଲ୍ମରେ ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ସୁରମୟୀ ।

୧୪୦ ମିନିଟର ଏହି ସିନେମାର କାହାଣୀ ସହ ନିର୍ଦ୍ଦେଶନା ଭାର ବି ତୁଲାଇଛନ୍ତି କ୍ରିଷ୍ଣା ମୋହନ୍ ରେଡ୍ଡି । ସତ କାହାଣୀ ଉପରେ ଆଧାରିତ ହୋଇଛି ଏହି ସିନେମା । ଫିଲ୍ମରେ ବନ୍ଦେ ଉକ୍ରଳ ଜନନୀ ଓ ବନ୍ଦେ ମାତରମ୍ ଭଳି ଦେଶାତ୍ମବୋଧ ଗୀତକୁ ମଧ୍ୟ ସ୍ଥାନ ଦେଇଛନ୍ତି କ୍ରିଷ୍ଣା । ଫିଲ୍ମଟି ଖୁବଶୀଘ୍ର ମୁକ୍ତିଲାଭ କରିବ ।

କହିରଖୁଛୁ ଯେ, ସିନେମାଟି ଓଲିଉଡର ପ୍ରଥମ ଡ୍ୟାନ୍ସ ଫିଲ୍ମ ହେବାକୁ ଯାଉଛି । ଏହାର ଟିଜର ରିଲିଜ ହେବା ପରେ ଫିଲ୍ମକୁ ନେଇ ଏବେ ଢେର ଚର୍ଚ୍ଚା ହେଉଛି । ତେବେ ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆସା କରାଯାଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More