Only for Entertainment

ବାସ୍ତୁ ଅନୁସାରେ ଘରର ସମୃଦ୍ଧି ପାଇଁ ଲଗାନ୍ତୁ ଏହି ଗଛ

kiharalandscapes
169

ଘରର ବାଡିରେ ଆମେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ । ତେବେ ଆପଣ ଜାଣିଛନ୍ତି ବାସ୍ତୁ ଅନୁସାରେ କିଛି ଗଛ ଲଗାଇବା ଦ୍ୱାରା ଘରର ସମୃଦ୍ଧି ବୃଦ୍ଧି ପାଇଥାଏ । ଆସୁନ୍ତୁ ଜାଣି ରଖିବା ସେହି ଗଛ ଗୁଡିକ କ’ଣ…

ତୁଳସୀ ଗଛ: ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ ଉପରେ ପଡ଼ିବା ଦରକାର। ଘରର ବାମପାଶ୍ୱର୍ରେ ତୁଳସୀ ଗଛ ଲଗାନ୍ତୁ। ଏପରି କଲେ କୌଣସି ଅଶୁଭ ଦୃଷ୍ଟି ସହଜରେ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ।

କଦଳୀ ଗଛ: ଘରର ସୀମା ନିକଟରେ କଦଳୀ ଗଛ ଥିଲେ ଛୁଆମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁ ସୀମା ନିକଟରେ କଦଳୀ ଗଛ ଲଗାନ୍ତୁ ନାହିଁ।

ଅପରାଜିତା ଗଛ: ନୀଳ ରଙ୍ଗର ଅପରାଜିତାକୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହି ଗଛକୁ ଘରେ ଲଗାଇଲେ ଲକ୍ଷ୍ମୀଙ୍କ ସୁଦୃଷ୍ଟି ଘରେ ପଡ଼ିଥାଏ। ଏହି ଗଛ ଘରେ ଲଗାଇଲେ କେବେ ବି ଧନର ଅଭାବ ରୁହେ ନାହିଁ।

ନଡ଼ିଆ ଗଛ: ନଡ଼ିଆ ଗଛ ଲଗାଇବା ଦ୍ୱାରା ଆପଣଙ୍କ ମାନସମ୍ମାନରେ ଉନ୍ନତି ହୋଇଥାଏ।

ହଳଦୀ ଗଛ: ହଳଦୀ ଗଛ ଲଗାଇଲେ ଘରେ କୁଦୃଷ୍ଟି ପଡ଼ି ନ ଥାଏ, ତେଣୁ ଘରେ ହଳଦୀ ଗଛ ନିଶ୍ଚୟ ଲଗାନ୍ତୁ।

ଅରଖ ଗଛ: ଅରଖ ଫୁଲରେ ପ୍ରଭୁ ଶ୍ରୀ ଗଣେଶ ବାସ କରନ୍ତି ବୋଲି କୁୁହାଯାଏ। ଏହି ଗଛ ଲଗାଇବା ଦ୍ୱାରା ଘରେ ପିଲାମାନଙ୍କର ବିଦ୍ୟାରେ ବୃଦ୍ଧି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More