Only for Entertainment

ରିଲିଜ ହେଲା ହିନ୍ଦୀ-ପଂଜାବି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘କୁଡିଏ ନି’, କ୍ୟାନସରଠୁ ଜିତିବା ପରେ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଲେ ତାହିରା

Zee News
42

ମୁକ୍ତିଲାଭ କଲା ହିନ୍ଦୀ-ପଂଜାବି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘କୁଡିଏ ନି’ । ବିବାହର ଥିମ୍ ସହ ଧୁମଧମାଲ୍ ମ୍ୟୁଜିକ୍ ଶୁଣିବାକୁ ମିଳିଛି ଏହି ଗୀତରେ । ଗୀତରେ ନାୟକ ଭାବେ ନଜର ଆସିଛନ୍ତି ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ବଲିଉଡ ଅଭିନେତା ଅପାରଶକ୍ତି ଖୁରାନା । ଗୀତରେ ତାଙ୍କ ସହ ରୋମାନ୍ସ କରିବାରେ ନଜର ଆସିଛନ୍ତି ଛୋଟ ପରଦାର ସୁନ୍ଦରୀ ସରଗୁନ୍ ମେହତା । ତେବେ ଖାସ୍ କଥା ହେଲା ଏହି ଗୀତରେ କଣ୍ଠଦାନ ସହିତ ନିଜେ ସଙ୍ଗୀତର ଭାର ତୁଲାଇଛନ୍ତି ଅପାରଶକ୍ତି ଖୁରାନା । ଗୀତରେ ତାଙ୍କ ସହ ତାଳରେ ତାଳ ମିଶାଇଛନ୍ତି କଣ୍ଠଶିଳ୍ପୀ ନୀତି ମୋହନ । ଏହି ମ୍ୟୁଜିକ୍ ଭିଡିଓର କୋରିଓଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ସାହଜ ସିଂ ।

ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ ଖୁରାନା । କ୍ୟାନସର ସହିତ ଲଢିବା ପରେ ସେ ପ୍ରଥମ ଥର ପାଇଁ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି । ଭିଡିଓକୁ ସୋସିଆଲ୍ ମିଡିଆରେ ସ୍ରୋତା ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ୧୨ ଘଂଟା ଭିତରେ ଏହି ଗୀତକୁ ୧ ମିଲିଅନରୁ ଉଦ୍ଦ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More