Only for Entertainment

ଆକ୍ସନ ଡ୍ରାମା ଥ୍ରିଲର ଫିଲ୍ମ ‘ପାଟଣାଗଡ’କୁ ନେଇ ଆଶାବାଦୀ ମନୋଜ, ଓଲିଉଡ ଇଣ୍ଡଷ୍ଟ୍ରିରେ ପରିବତ୍ତନ ଆଣିପାରେ ଏହି ଫିଲ୍ମ !

37

ଓଲିଉଡ ଜଗତର ଭର୍ସାଟାଇଲ ଅଭିନେତା ମନୋଜ ମିଶ୍ର ନୂଆ ଓଡିଆ ତେଲୁଗୁ ଫିଲ୍ମ ‘ପାଟଣାଗଡ’କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଶ୍ରୀଧର ମାର୍ଥା ପ୍ରଯୋଜିତ, ରାଜେଶ ଟକ୍ଟ୍ରରିଭର ନିର୍ଦ୍ଦେଶିତ ଏହି ଫିଲ୍ମର ଶୀର୍ଷକ ଭୂମିକାରେ ଅଛନ୍ତି ମନୋଜ ।

ସେ କହିଛନ୍ତି , ଏଭଳି ଏକ ଫିଲ୍ମ ତାଙ୍କ କ୍ୟାରିଅର ପାଇଁ ବେଶ୍ ଗୁରୁତ୍ୱ ବହନ କରିଛି । ପୂର୍ବରୁ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ମାତ୍ର ପାଟଣାଗଡ ତାଙ୍କ ପାଇଁ ଅଗ୍ନି ପରୀକ୍ଷା । ଏହି ଚରିତ୍ରକୁ ସେ ଆହ୍ୱାନ ଭାବେ ଗ୍ରହଣ କରି କାର୍ଯ୍ୟ କରିଛନ୍ତି । ଏହି ଫିଲ୍ମ ପାଇଁ ସେ ଅନେକ ଫିଲ୍ମକୁ ବାଦ୍ ଦେବାକୁ ପଡିଥିବା କହିଛନ୍ତି ମନୋଜ ମିଶ୍ର । ଦର୍ଶକଙ୍କୁ ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ମନୋରଂଜନର ଖୋରାକ ଯୋଗାଇବା ସହ ଓଲିଉଡ ସିନେମା ଧାରାରେ ଏକ ନୂଆ ପରିବର୍ତ୍ତନ ଆଣିବ ବୋଲି ମନୋଜ ଆଶାବାଦୀ ଅଟନ୍ତି । ତେବେ ଖୁବଶୀଘ୍ର ଏହି ଫିଲ୍ମ ଓଡିଶାରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More