Only for Entertainment

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ, ନହେଲେ ବନ୍ଧୁ ବି ହୋଇପାରନ୍ତି ଶତୃ

TechCrunch
0 187

କୁହାଯାଏ ପ୍ରକୃତ ମିତ୍ର ସର୍ବଦା ଅସୁବିଧା ସମୟରେ ପାଖରେ ରହିଥାଏ । ତେଣୁ ସମସ୍ତଙ୍କ ଜୀବନରେ ଜଣେ ପ୍ରକୃତ ବନ୍ଧୁର ଆବସ୍ୟକତା ରହିଛି । ବନ୍ଧୁତାରେ ଭଲପାଇବା ସହିତ ଝଗଡା ମଧ୍ୟ ଦେଖିବାକୁ ମିଳିଥାଏ । ଏନେକ ଥର ବନ୍ଧୁମାନଙ୍କ ମଧ୍ୟରେ ବହୁତ ଝଗଡା ହୋଇଥାଏ ଯାହା ଫଳରେ ସମ୍ପର୍କରେ ଭାଙ୍ଗି ଯାଇଥାଏ । ବାସ୍ତୁ ଅନୁସାରେ ଜଣେ ବ୍ୟକ୍ତି ଅନେକ ଥର ଏପରି ଭୁଲ କରିଥାଏ ଯାହା ଫଳରେ ଝଗଡା ଲାଗି ରହିଥାଏ । ଦୃଢ ବନ୍ଧୁତା ପାଇଁ ବାସ୍ତୁର କିଛି ବିଷୟ ଉପରେ ଧ୍ୟାନ ରଖିବା ଆବସ୍ୟକ ।

– ଘରର ମୁଖ୍ୟ ଦ୍ୱାର ପଛରେ କିମ୍ବା ସାମ୍ନାରେ ମଇଳା ପୋଷାକ ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ ମୁଖ୍ୟଦ୍ୱାର ଆଖପାଖ ସ୍ଥାନ ସମ୍ପର୍କକୁ ପ୍ରଭାବିତ କରିଥାଏ ବୋଲି କୁହାଯାଏ ।

– ବାସ୍ତୁ ଅନୁସାରେ ଜଣେ ଅନ୍ୟ ଜଣଙ୍କର ଅଇଁଠା ଖାଇବା ଉଚିତ ନୁହେଁ । ଏହା କିବା ଦ୍ୱାରା ବନ୍ଧୁତା ସର୍ବଦା ମଜବୁତ ରହିଥାଏ । ଯଦି ଏପରି ନକରନ୍ତି ତେବେ ଏହା ଝଗଡାର କାରଣ ହୋଇପାରେ ।

– ଘରର ଛାତ ଉପରେ ଅନାବସ୍ୟକ ଜିନିଷ ରଖିବା ଦ୍ୱାରା ପାରିବାରିକ ସଦସ୍ୟଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

– ବନ୍ଧୁଙ୍କୁ ଭୁଲରେ ବି ରୁମାଲ କିମ୍ବା ପରଫ୍ୟୁମ ଉପହରରେ ଦିଅନ୍ତୁ ନାହିଁ । ଏହି ଜିନିଷକୁ ଉପହାରରେ ଦେବା ଦ୍ୱାରା ଅବିଶ୍ୱାସ ବଢିଥାଏ । ଫଳରେ ଝଗଡା ସୃଷ୍ଟି ହୋଇଥାଏ ।

– ଏହା ବ୍ୟତିତ ବନ୍ଧୁଙ୍କୁ କଳା ରଙ୍ଗର ଜିନିଷ ଦିଅନ୍ତୁ ନାହିଁ । କଳା ରଙ୍ଗ ରାହୁକୁ ପ୍ରଭାବିତ କରିଥାଏ ଯାହା ବନ୍ଧୁତା ପାଇଁ ଶୁଭ ନୁହେଁ ।

– ଶନିବାର ଦିନ ବନ୍ଧୁଙ୍କୁ ଉପହାର ଦିଅନ୍ତୁ କିମ୍ବା ନିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ବିନା କାରଣରେ ସମସ୍ୟା ଆଗକୁ ବଢିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More