Only for Entertainment

ଫିଲ୍ମ ଫ୍ରାଇଡେ’ରେ ରିଲିଜ ହେଲା ତିନି ତିନୋଟି ବଲିଉଡ ଫିଲ୍ମ : ହାଉସଫୁଲ ୪, ମେଡ ଇନ ଚାଇନା ଓ ସାଣ୍ଡ କି ଆଁଖ ମଧ୍ୟରେ ହେବ ଜୋରଦାର ଟକ୍କର

Popdiaries
35

ଫ୍ରାଇଡେ’ ରିଲିଜରେ ଆଜି ପରଦାରେ ରିଲିଜ ହୋଇଛି ତିନୋ ତିନୋଟି ବଲିଉଡ ଫିଲ୍ମ । ଅକ୍ଷୟ କୁମାରଙ୍କ ‘ହାଉସଫୁଲ ୪’, ତାପସୀ ପନ୍ନୁ ଏବଂ ଭୂମି ପେଡନେକରଙ୍କ ‘ସାଣ୍ଡ କି ଆଁଖ’ ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ମେଡ ଇନ ଚାଇନା’ ମଧ୍ୟରେ ବକ୍ସ ଅଫିସରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ।

ହାଉସଫୁଲ୍‌-୪

ଆଜି ରିଲିଜ୍ ହେଉଛି ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ହାଉସଫୁଲ୍‌-୪’। ‘ହାଉସଫୁଲ୍‌-୪’ରେ ଅକ୍ଷୟ କୁମାର, ରିତେଶ୍‌ ଦେଶମୁଖ୍‌,ବବି ଦେଓଲ୍‌,ଶରଦ୍‌ କେଲକର୍‌,ପୂଜା ହେଗ୍‌ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍‌ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।ଫରହାଦ୍ –ସାମଜି ଏହାର ନିର୍ଦ୍ଦେଶକ।

ସ୍ମରଣଯୋଗ୍ୟ, ପ୍ରଥମେ ‘ହାଉସଫୁଲ୍‌-୪’ର ନିର୍ଦ୍ଦେଶନା ଦେଉଥିଲେ ସାଜିଦ୍‌ ଖାନ୍‌। ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍‌-୪’ର ସୁଟିଂ କରୁଥବା ବେଳେ ନିର୍ଦ୍ଦେଶକ ସାଜିଦ୍ ଖାନ୍‌ଙ୍କ ନାଆଁରେ ବି ଯୌନ ଶୋଷଣର ଅଭିଯୋଗ ଆସିବାପରେସେ ‘ହାଉସ୍‌ଫୁଲ୍‌-୪’ରୁ ଓହରି ଯାଇଥିଲେ।ଠିକ୍ ସେହିପରି ନାନା ପାଟେକର୍‌ଙ୍କୁ ଏଥିରୁ ଅନୁରୂପ କାରଣରୁ ଓହରିବାକୁ ପଡ଼ିଥିଲା।

ସାଣ୍ଡ କି ଆଁଖ

ଫ୍ରାଇଡେ’ ରିଲିଜରେ ଆଜି ପରଦାକୁ ଆସିଛି ତାପସୀ ପନ୍ନୁ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ସାଣ୍ଡ କି ଆଁଖ’ ରିଲିଜ ହୋଇଛି । ଏହା ଫିଲ୍ମରେ ଦୁନିଆର ସବୁଠାରୁ ଅଧିକ ବୟସ୍କା ସୁଟର ଚଂନ୍ଦ୍ରୋ ଏବଂ ପ୍ରକାଶୀ ତୋମର ଙ୍କ ଜୀବନ ଊପରେ ଆଧାରିତ । ଏହି ଫିଲ୍ମ ଯେବେଠାରୁ ଆରମ୍ଭ ହେଲାଣି ସେବେଠାରୁ ହିଁ ଏହାକୁ ନେଇ ଖୁବ ଚର୍ଚ୍ଚା ରହିଛି । ଏବଂ ଏବେ ଏହାର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଛି ।

ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ନିଜ ଗ୍ଲାମରସ ଅବତାରରୁ ପରିବର୍ତ୍ତନ ହୋଇ ଜଣେ ପଶ୍ଚିମୀ ଉତ୍ତର ପ୍ରଦେଶର ଗ୍ରାମୀଣ ମହିଳାଙ୍କ ଭଳି ନଜର ଆସିଛନ୍ତି । ଫିଲ୍ମରେ ତାଙ୍କର ଅଭିନୟ ଏବଂ କଥାବାର୍ତ୍ତା ବିଲକୁଲ ଗାଉଁଲି ମହିଳାଙ୍କ ଭଳି ଦେଖିବାକୁ ମିଳିଛି ।

ଏହି ଫିଲ୍ମର ସୁଟିଂ ଉତ୍ତର ପ୍ରଦେଶର ଜୌହରୀ ଗାଁରେ ହୋଇଛି । ଫିଲ୍ମ ପ୍ରକାଶୀ ଏବଂ ଚନ୍ଦ୍ରୋ ତୋମରଙ୍କ କାହାଣୀ ଯାହା ନିଜ ଝିଅଙ୍କ ଉଜ୍ୱଳ ଭବିଷ୍ୟ ପାଇଁ ୫୦ବର୍ଷ ବୟସରେ ସୁଟିଂ ଆରମ୍ଭ କରୁଛନ୍ତି । ଏଠାରେ ପ୍ରଫେସନାଲ ସୁଟିଂ ରେ ଏହି ଦୁଇଜଣ ୩୫୨ମେଡାଲ ଜିତିଛନ୍ତି ।

ମେଡ ଇନ ଚାଇନା

ଏହି ଦୁଇଟି ଫିଲ୍ମ ବ୍ୟତିତ ରାଜକୁମାର ରାଓ ଏବଂ ମୌନୀ ରୟଙ୍କ ଆଗାମୀ ଫିଲ୍ମ ‘ମେଡ ଇନ ଚାଇନା’ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ରାଜକୁମାର ଜଣେ ଗୁଜରାଟୀ ବ୍ୟବସାୟୀ ଭାବେ ନଜର ଆସିଛନ୍ତି ଏବଂ ଅଭିନେତ୍ରୀ ମୌନୀଙ୍କୁ ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ଗୁଜରାଟୀ ନିର୍ଦ୍ଦେଶକ ମିଖିଲ ମୁସଲେ ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ବଲିଉଡ ଫିଲ୍ମ । ୨୦୧୬ରେ ମିଖିଲ ମୁସଲେଙ୍କ ଗୁଜରାଟୀ ଥ୍ରିଲର ଫିଲ୍ମ ‘ରଙ୍ଗ ସାଇଡ ରାଜୁ’ ସର୍ବଶ୍ରେଷ୍ଠ ଗୁଜରାଟୀ ଫିଚର ଫିଲ୍ମ ଭାବେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଥିଲା ।

ଫିଲ୍ମ ବିଷୟରେ କହିବାକୁ ଗଲେ ରାଜକୁମାର ରାଓ ଜଣେ ବ୍ୟବସାୟୀ ହେବାକୁ ଚାହାଁନ୍ତି । ଯେଉଁଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି । ବ୍ୟବସାୟୀ ହେବା ଚକ୍କରରେ ସେ ଚାଇନା ଯାଆନ୍ତି ଏବଂ ସେଠାରେ ତାଙ୍କ ଲାଇଫ ବଦଳି ଯାଏ ।

ଫିଲ୍ମରେ ରାଜକୁମାର ରାଓ ଏବଂ ମୌନୀ ରୟଙ୍କ ବ୍ୟତିତ ପରେଶ ରାୱଲ, ବୋମନ ଇରାନୀ ଏବଂ ସୁମିତ ବ୍ୟାସଙ୍କ ପରି କଳାକାର ନଜର ଆସିବେ । ଫିଲ୍ମରେ ଅନେକ ଡବଲ ମିନିଂ ଡାଇଲଗ ମଧ୍ୟ ରହିଛି । ଫିଲ୍ମ ପ୍ରଥମେ ୩୧ ଅଗଷ୍ଟରେ ରିଲିଜ ହେବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ମେକର୍ସ ଫିଲ୍ମକୁ ଦିୱାଲୀରେ ରିଲିଜ କରିବା ପାଇଁ ସ୍ଥିର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More