Only for Entertainment

କପୁର ପରିବାରରେ ହେବା ନାହିଁ ଗଣେଷ ଚତୁର୍ଥୀର ଆୟୋଜନ, ଆରକେ ଷ୍ଟୁଡିଓ ବିକିବା ପରେ ଦୁଃଖରେ ପରିବାର

latestly
182

ଗଣେଷ ଉତ୍ସବକୁ ନେଇ ପୂରା ମହାରାଷ୍ଟ୍ରରେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ବଲିଉଡ ପ୍ରସିଦ୍ଧ କପୁର ପରିବାରରେ ଏହାକୁ ନେଇ ଉଦାସ ଥିବା ଦେଖିବାକୁ ମିଳିଛି । ଅସଲରେ ଆରକେ ଷ୍ଟୁଡିଓ ବିକ୍ରି ହେବା ପରେ ପରିବାର ଗଣେଷ ଚତୁର୍ଥୀକୁ ଧୂମ ଧାମରେ ପାଳନ କରିବା ପାଇଁ ଚାହୁଁନାହାଁନ୍ତି । ରାଜ କପୁର ଆରକେ ଷ୍ଟୁଡିଓରେ ଗଣପତିଙ୍କୁ ପୂଜା କରିବାର ପ୍ରଥା ଆରମ୍ଭ କରିଥିଲେ । ପ୍ରତିବର୍ଷ ଆରକେ ଷ୍ଟୁଡିଓରେ ଧୂମଧାମରେ ଗଣେଷ ପୂଜା ଅନୁଷ୍ଠିତ ହୋଇଥାଏ ।

କିନ୍ତୁ ୨୦୧୭ରେ ମୁମ୍ବାଇର ଚେମ୍ବୁର ଅଂଚଳରେ ସ୍ଥିତ ଆରକେ ଷ୍ଟୁଡିଓରେ ଭିଷଣ ନିଆଁ ଲାଗିବାରୁ ଏହା ପୂରା ପୂରି ନଷ୍ଟ ହୋଇଯାଇଥିଲା । ଏହି ନିଆଁରେ ଆରକେ ଷ୍ଟୁଡିଓ ଧ୍ୱସଂ ହୋଇଗଲା । ଏହା ପରେ ପରିବାର ଲୋକେ ଏହାକୁ ବିକ୍ରି କରିବା ପାଇଁ ନିର୍ଣ୍ଣୟ ନେଇଥିଲେ ।

ପରେ ୨୦୧୯ ମାର୍ଚ୍ଚରେ ଖବର ଆସିଥିଲା ଯେ, ଗୋଦରେଜ ପ୍ରପର୍ଟିଜ ଆରକେ ଷ୍ଟୁଡିଓକୁ କିଣି ନେଇଛି । ପୂର୍ବ ବର୍ଷ କପୁର କରିବାର ଶେଷ ଥର ପାଇଁ ଆରକେ ଷ୍ଟୁଡିଓରେ ଗଣେଷ ଉତ୍ସବ ପାଳନ କରିଥିଲେ ।

ଆରକେ ଷ୍ଟୁଡିଓ ଗଣେଷ ପୂଜା ବଲିଉଡରେ ଖୁବ ପପୁଲାର ଥିଲା । ବଡ ବଡ ସେଲିବ୍ରିଟି ଏଠାକୁ ଦର୍ଶନ କରିବା ପାଇଁ ଏଠାକୁ ଆସିଛନ୍ତି । ଏବେ ଏହା ଇସିହାସ ପୃଷ୍ଠାରେ ହିଁ ରହିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More