Only for Entertainment

ବଲିଉଡ ସହିତ ଆପଣ ମଧ୍ୟ ‘କଫି ୱିଥ କରଣ’ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ ।

0 26

ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର ନିଜର ଲୋକପ୍ରିୟ ସେଲିବ୍ରିଟି ଟକ ଶୋ’ ‘କଫି ୱିଥ କରଣ’ର ଆଗାମୀ ସିଜିନ ସହିତ ଫେରୁଛନ୍ତି । ୨୧ ଅକ୍ଟୋବରରେ ଏହାର ପ୍ରିମିୟମ କରାଯିବ । କରଣ ଜୋହର ଟୁଇଟ କରି ଏହି ବିଷୟରେ ସୂଚନା ଦେଇଥିଲେ । କଫି ମଗ ସହିତ କରଣ ଲେଖିଥିଲେ ଏବେ ସମୟ ହୋଇଛି ଉଠିବାର ଏବଂ କଫିର ସୁଗନ୍ଧକୁ ଅନୁଭବ କରିବାର ।

 

Koffee shoot today!!!! #koffeewithkaran

A post shared by Karan Johar (@karanjohar) on

କହିରଖୁଛୁ ଯେ ଏପର୍ଯ୍ୟନ୍ତ ଏହି ଶୋର ୫ଟି ସିଜିନ ଶେଷ ହୋଇସାରିଛି । ଏହା ‘କଫି ୱିଥ କରଣ’ର ଷଷ୍ଠ ସିଜିନ । ଏହି ଶୋରେ କରଣ ଜଣାଶୁଣା ସେଲିବ୍ରିଟିଙ୍କୁ ଶୋକୁ ଆମନ୍ତ୍ରୀତ କରିଥାନ୍ତି । ଏବଂ ତାଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିଥାନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ କରଣ ଏବେ ନିଜର ଆଗାମୀ ଫିଲ୍ମ ‘କଳଙ୍କ’ ରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟ ‘ତଖ୍ତ’ ବିଷୟରେ ଘୋଷଣା କରିସାରିଛନ୍ତି । ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ । ଫିଲ୍ମରେ ରଣବୀର ସିଂ, କରିନା କପୁର, ଆଲିଆ ଭଟ୍ଟ, ଜାହ୍ନବୀ କପୁର, ଅନିଲ କପୁର, ଭୂମି ପେଡନେକର ଓ ଭିକି କୌଶଲଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More