Only for Entertainment

ଗିରୀଶ କନ୍ନାଡ଼ଙ୍କ ଅନ୍ତିମ ସଂସ୍କାରରେ ପହଂଚିଲେ ନାହିଁ କୌଣସି ବଲିଉଡ ଷ୍ଟାର ।ଏହା ପଛରେ ରହିଛି ଏକ ରହସ୍ୟମୟୀ କାରଣ ।

bollywood tadka
37

ବଲିଉଡର ପ୍ରସିଦ୍ଧ ଅଭିନେତା ଗିରୀଶ କନ୍ନାଡ଼ ଗତ ସୋମବାରକୁ ବାଙ୍ଗାଲୁରରେ ଶେଷ ନିଃଶ୍ୱାସ ତ୍ୟଗେ କରିଛନ୍ତି । ପରିବାର ସଦସ୍ୟ ତାଙ୍କର ଅନ୍ତମି ସଂସ୍କାର କରାଯାଇ ସରିଛି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଗିରୀଶଙ୍କ ଅନ୍ତିମ ସଂସ୍କାରରେ କୌଣସି ବଲିଉଡ ଷ୍ଟାର ପହଂଚିଲେ ନାହିଁ ।

ଖବର ଅନୁସାରେ ଧାର୍ମିକ ପରମ୍ପରାରେ ଗିରୀଶଙ୍କ ଅନ୍ତିମ ସଂସ୍କାର କରାଗଲା । ସୂଚନା ମୁତାବକ ପାର୍ଥିବ ଶରୀରକୁ ଇଲେକ୍ଟ୍ରିକ ଶବଦାହ ଗୃହରେ ଦ୍ୱିପ୍ରହରକୁ ପହଂଚାଗଲା । କନ୍ନାଡ଼ ପରିବାର ଚାହୁଁଥିଲେ ଏଥିରେ କୌଣସି ସେଲିବ୍ରେଟୀ ଉପସ୍ଥିତ ନରୁହନ୍ତୁ ଏବଂ ଏହା ଅତି ସାଧାରଣ ଭାବରେ ହେଉ ।

ଗିରୀଶଙ୍କ ବିୟୋଗରେ ଶବାନା ଆଜମୀ ଦୁଃଖ ପ୍ରକାଶ କରିଛନ୍ତି । ଏହାକୁ ସେ ସୋସିଆଲ ମିଡିଆରେ ଜଣାଇଥିଲେ । ଏହା ସହିତ ଅନିଲ କପୂର ଏବଂ ସୋନମ କପୂରଙ୍କ ସମେତ ଅନ୍ୟ କେତେକ ଆକ୍ଟର ମଧ୍ୟ ଦୁଃଖ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More