Only for Entertainment

ଗାଡି ୨କୋଟିର, ମାତ୍ର ପେଟ୍ରୋଲ ଭରିବା ପାଇଁ କରୁଥିଲା ଚୋରି !

23

ଚୀନ୍‌ରେ ରହୁଥିବା ଜଣେ ଯୁବକ ନିଜ ୨କୋଟି ଟଙ୍କାର ବିଏମ୍‌ଡବ୍ଲ୍ୟୁରେ ତେଲ ଭରିବା ପାଇଁ ଯେଉଁ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗାଡ଼ି କିଣିବା ପୂର୍ବରୁ ତାଙ୍କର ଏଭଳି ଅବସ୍ତା ହେବ ବୋଲି ଭାବି ନଥିଲେ ଲିନ୍‌ସୁଇ । କିନ୍ତୁ ପରିସ୍ଥିତିରେ ପଡ଼ି ତାଙ୍କୁ ଶେଷରେ ଗାଡ଼ିରେ ତେଲ ଭରିବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରିବାକୁ ପଡ଼ିଥିଲା । ଘଟଣାଟି ଚୀନ୍‌ର ସିଚୁଆନ ଅଞ୍ଚଳର ।


ସୂଚନା ମୁତାବକ, ଆର୍ଥିକ ସ୍ଥିତି ଖରାପ ହେବା ପରେ ଅପ୍ରେଲ ମାସରୁ ଲିନ୍‌ସୁଇ ଏଭଳି ଚୋରି କରି ଆସୁଥିଲେ । ପ୍ରଥମେ ବିଭିନ୍ନ ଚେଷ୍ଟା କରି ସେ ବିଏମ୍‌ଡବ୍ଲ୍ୟୁରେ ତେଲ ପକାଉଥିବା ବେଳେ ଶେଷରେ ଅନ୍ୟ କିଛି ବାଟ ନ ପାଇ ପାଖ ଅଞ୍ଚଳରୁ କୁକୁଡ଼ା ଚୋରି କରିବା ଆରମ୍ଭ କରିଥିଲେ । ସେହି କୁକୁଡା ଏବଂ ବତକକୁ ବିକ୍ରି କରି ବ୍ୟକ୍ତି ଜଣକ ବିଏମଡବ୍ଲ୍ୟୁରେ ତେଲ ଭରୁଥିଲେ । ପୁଲିସ ଏହି ଚୋରି ଘଟଣା ଜାଣିବା ପରେ ବହୁ ଚେଷ୍ଟା ଚଳାଇଥିଲା ମାତ୍ର ବିଫଳ ହୋଇଥିଲା ।

ଅନେକ ଚେଷ୍ଟା ବିଫଳ ହେବା ପରେ ଶେଷରେ ସିସିଟିଭି ସାହାଯ୍ୟରେ ଲିନ୍‌ସୁଇଙ୍କୁ ଚିହ୍ନଟ କରିଥିଲା ପୁଲିସ । ଏହା ପରେ ପୁଲିସ ଲିନ୍‌ସୁଇଙ୍କ ଘରେ ଯାଇ ପହଞ୍ଚିବା ସହ ଘର ବାହାରେ ଅନେକ କୁକୁଡ଼ା ଏବଂ ବତକ ଥିବା ଦେଖିଥିଲେ । ଗିରଫ ହେବା ପରେ ଲିନ୍‌ସୁଇ ଚୋରି କରିବା ପଛର କାରଣ ପୁଲିସକୁ ଜଣାଇଥିଲେ । ବିଏମ୍‌ଡବ୍ଲ୍ୟୁ ପାଇଁ ସେ ଏ ସବୁ କରିଥିବା କହିଥିଲେ ।

ଧରା ପଡିବା ପରେ ସେ ଏସବୁ ସ୍ୱୀକାର କରିଥିଲେ । ସେ ମୋଟର ସାଇକେଲ ସାହାଯ୍ୟରେ ବିଳମ୍ବିତ ରାତିରେ ଚୋରି କରିବା ପାଇଁ ଯାଉଥିଲେ ଏବଂ କେହି ଦେଖିଲେ ସେ କୁକୁଡା ଓ ବତକ ତାଙ୍କର ବୋଲି କହୁଥିଲେ । ସେହିକାରଣରୁ କଷ୍ଟକର ହୋଇପଡିଥିଲା ପୁଲିସ ପକ୍ଷେ ଜାଣିବା ଯେ ଚୋର କିଏ । ମାତ୍ର ସିସିଟିଭି ଯାଂଚ କରିବା ପରେ ଅସଲ କଥା ଜଣା ପଡିଥିଲା । ୨୨ମେ’ରେ ଯେତେବେଳେ ପୁଲିସ ତାଙ୍କ ଗାଡିକୁ ପିଛା କରିଥିଲା, ସେ ଗାଡି ଜୋର ଚଳାଇ ସେଠାରୁ ପଳାଇଥିଲେ । ବିଏମଡବ୍ଲ୍ୟୁର ଗତି ଜୋର ଥିବା ହେତୁ ସେ ପୁଲିସ ଚଖମା ଦେଇ ଚାଲିଯାଇଥିବା କହିଥିଲେ ପୁଲିସ । ଏହାପରେ ପୁଲିସ ବ୍ୟକ୍ତି ଜଣକୁ ତାଙ୍କ ଘରୁ ଗିରଫ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More