Only for Entertainment

ଦୀପିକାଙ୍କ ସାମ୍ନାରେ ଯେତେବେଳେ ମହିଳା ରଣବୀରଙ୍କୁ କହିଲେ ‘ଆଇ ଲଭ୍ ୟୁ’, ଦୀପିକା କହିଲେ କିଛି ଏଭଳି, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ !

53

ନଭେମ୍ବର ୧୪ ତାରିଖରେ ଦୀପିକା ଓ ରଣବୀଙ୍କ ବିବାହକୁ ଏକ ବର୍ଷ ପୂରିଛି। ସେମାନେ ଆଶୀର୍ବାଦର ସହ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଦମ୍ପତି ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରକୁ ଯାଇ ଆଶୀର୍ବାଦ ଗ୍ରହଣ କରିବା ପରେ ପଞ୍ଜାବ ଅମ୍ରିତସରର ଗୋଲ୍‌ଡେନ ଟେମ୍ପୁଲ୍‌କୁ ବି ଯାଇଥିଲେ।

ତେବେ, ରଣବୀର ଦୀପିକାଙ୍କର ଗୁଲୁଗୁଲିଆ ଫଟୋ ସହ ଏକ ଭିଡିଓ ବି ଭାଇରାଲ୍‌ ହୋଇିଛି। ଭିଡିଓରେ ପ୍ରଶଂସକଙ୍କୁ ଦୀପିକାଙ୍କ କୌତୂକିଆ ଉତ୍ତର ଲୋକେ ଖୁବ୍ ପସନ୍ଦ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ରଣବୀର ଦୀପିକା ଚାଲି ଚାଲି ଯାଉଥିବା ବେଳେ ଜଣେ ପ୍ରଶଂସକ ଦୀପିକାଙ୍କୁ ‘ଆଇ ଲଭ୍‌ ୟୁ’ କହୁଛନ୍ତି। ଦୀପିକା ହସି ଦେଇ ଯିବା ବେଳେ ସେ ପୁଣି ଥରେ ରଣବୀରଙ୍କୁ ‘ଆଇ ଲଭ୍‌ ୟୁ ଭୟା’ କହୁଛନ୍ତି। ଏହାର ଉତ୍ତରରେ ଦୀପିକା କହୁଛନ୍ତି କି କିନ୍ତୁ ତମେ ମୋତେ ବେଶି ଭଲପାଅ। ଦୀପିକା ଏପରି କୌତୂକିଆ ଉତ୍ତର ଦେଇଥିବା ଭିଡିଓଟି ‌ଏବେ ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହେବାରେ ଲାଗିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More