Only for Entertainment

ଦେଶର ପ୍ରଥମ ସୁପରଷ୍ଟାର କେଏଲ ସହଗଲଙ୍କ ଜନ୍ମଦିନରେ ଡୁଡଲ କରି ସମ୍ମାନ ଜଣାଇଲା ଗୁଗୁଲ

zee news
0 42

ଭାରତୀୟ ସିନେମାର ପ୍ରଥମ ସୁପରଷ୍ଟାର କେଏଲ ସହଗଲଙ୍କ ୧୫ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଯେଉଁ ପରିଚୟ ସୃଷ୍ଟି କରିଛନ୍ତି ତାହାକୁ କେହି ଭୁଲି ପାରିବେ ନାହିଁ । ଆଜି ତାଙ୍କର ୧୧୪ ତମ ଜନ୍ମଦିନ ଅବସରରେ ଗୁଗୁଲ ଡୁଡଲ କରି ତାଙ୍କୁ ସମ୍ମାନ ଜଣାଇ ମନେ ପକାଇଛନ୍ତି । ତାଙ୍କ ପୁରା ନାମ ଥିଲା କୁନ୍ଦନ ଲାଲ ସହଗଲ । ୧୧ ଏପ୍ରିଲ ୧୯୦୪ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୩୨ ରୁ ୧୯୪୭ ପର୍ଯ୍ୟନ୍ତ ସେ ଫିଲ୍ମ ଦୁନିଆରେ ନିଜର ଦବଦବା ବନାଇ ରଖିଥିଲେ ଏବଂ ସେହି ସମୟରେ ତାଙ୍କୁ ଟକ୍କର ହେବା ଭଲି କେହି ନଥିଲେ । ୧୫ ବର୍ଷ କ୍ୟାରିୟର ମଧ୍ୟରେ ସେ ଅନେକ ଗୀତ ଗାଇବା ସହିତ ଅନେକ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ।

kl-saigal-759

୧୫ ବର୍ଷ କ୍ୟାରୟର ମଧ୍ୟରେ ସେ ୨୦୦ ରୁ ଅଧିକ ଫିଲ୍ମରେ ଗୀତ ଗାଇଛନ୍ତି । ଆଜି ମଧ୍ୟ ଯୁବ ପିଢି ତାଙ୍କ ଗୀତକୁ ଗାଉଥିବା ଦେଖିବାକୁ ମିଳିଛି । ଏହା ସହ ସେ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ୩୬ଟି ଫିଲ୍ମରେ କାମ କରିଛନ୍ତି । ତାଙ୍କର ସୁପରହିଟ ଫିଲ୍ମ ‘ଦେବଦାସ’ ତାଙ୍କୁ ସୁପରଷ୍ଟାରର ମାନ୍ୟତା ଦେଇଥିଲା । ଏବଂ ତାଙ୍କ ଲୋକପ୍ରିୟତା ଶୀର୍ଷରେ ପହଁଚିଥିଲା ।

କିନ୍ତୁ ମାତ୍ର ୪୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା । ସେ ୧୮ ଜାନୁଆରୀ ୧୯୪୭ରେ ସେ ମୃତ୍ୟୁ ବରଣ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More