Only for Entertainment

ମୁକ୍ତିଲାଭ କଲା ରେଡ଼ିଓ ଚକ୍ଲେଟ୍ ୧୦୪ ଏଫ୍ ଏମର ନୂଆ ଗୀତ ‘ଗୋରୀ ତତେ ଉଠେଇନେବି’, ଦେଖନ୍ତୁ

radio Choklate 104fm
103

ଓଡ଼ିଆ ଚଳଚିତ୍ର ତଥା ଯାତ୍ରା ଜଗତର ଲୋକପ୍ରିୟ ଅଭିନେତାଙ୍କ ଅଭିନୟରେ ସବୁବେଳେ ପ୍ରଭାବିତ ହୋଇଥାନ୍ତି ଦର୍ଶକ । ଏଥିରୁ ବାଦ୍ ଯିବେ ବା କିପରି ? ଏହି ଭାବଧାରାକୁ ନେଇ ଡ଼ଃ ନିର୍ମଳ ନାୟକଙ୍କ ରଚିତ ଗୀତ “ ଗୋରୀ ତତେ ଉଠେଇନେବି ” ରେଡ଼ିଓ ଚକ୍ଲେଟ୍ ୧୦୪ ଏଫ୍ ଏମ୍ ରେ ଗତକାଲି ମୁକ୍ତିଲାଭ କରିଛି । ଗୀତଟିକୁ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍ ଏବଂ ସଂଗୀତ ନିର୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା । ଗୀତର ପ୍ରୋଗ୍ରାମିଂ ଅଭିଷେକ କରିଥିବା ବେଳେ ରେକଡ଼ିଂ ଓ ମିକ୍ସିଂ ଦାୟିତ୍ୱ ତୁଲାଇଛନ୍ତି ସ୍ମୃତି ରଂଜନ । ଗୀତର ଷୁଡ଼ିଓ ଭର୍ସନରେ କ୍ୟାମେରା ଦାୟିତ୍ୱରେ ଅଛନ୍ତି ସନ୍ତୋଷ । ପୋଷ୍ଟର ଡିଜାଇନ ହାଡୁକିଶୋର ଏବଂ ଏଡିଟିଂ ଗ୍ରାଫିକ୍ସ୍ କରିଛନ୍ତି ଅରୁଣ ଦାସ । ଗୀତ ଟି ରେଡ଼ିଓ ଚକ୍ଲେଟର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ରିଲିଜ୍ ହୋଇଯାଇଛି । ରେଡ଼ିଓ ଚକ୍ଲେଟର ଆପରେ ମଧ୍ୟ ଗୀତଟି ଉପଲବ୍ଧ । ଶ୍ରୋତା ମାନଙ୍କୁ ଗୀତଟି ବେଶ୍ ଭଲ ଲାଗିବ ବୋଲି ଆଶା କରା ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More