Only for Entertainment

କାହିଁକି ମହିଳାମାନେ କରିଥାନ୍ତି ସ୍ୱାମୀ ଓ ପ୍ରେମିକଙ୍କ ଫୋନ ଚେକ୍ ? ଗବେଷଣାରୁ ହେଲା ସ୍ପଷ୍ଟ

the Funny Ones
69

ସ୍ୱାମୀଙ୍କର କିମ୍ବା ପ୍ରେମିକଙ୍କର ଫୋନ୍‍କୁ ଲୁଚିଛପି ଦେଖିବା, ଚେକ୍‍ କରିବାର ଅଭ୍ୟାସ ଅଧିକାଂଶ ମହିଳାଙ୍କର ଥାଏ । ଯେତେବେଳେ ସ୍ୱାମୀ ନିଜର ପାସ୍‍ୱାର୍ଡ ବଦଳାନ୍ତି ସେତେବେଳେ ଫୋନ୍‍ ଚେକ୍‍ କରିବାର ଇଚ୍ଛା ଆହୁରି ବଢିଯାଇଥାଏ । କିପରି ତାଙ୍କ ଠାରୁ ନୂଆ ପାସୱାର୍ଡ ସଂଗ୍ରହ କରିହେବ ସେଥିପାଇଁ ବଡ଼ ଯୋଜନା ମଧ୍ୟ କରିଥାନ୍ତି ସେମାନେ । ତେବେ ଏପରି ଅନେକ କାହିଁକି କରିଥାନ୍ତି ?

ୟୁନିଭରସିଟି ଅଫ୍‍ ବ୍ରିଟିଶ କଲମ୍ବିଆ ଏବଂ ୟୁନିଭରସିଟି ଅଫ୍‍ ଲିସବନ ପକ୍ଷରୁ କରାଇଥିବା ଗବେଷଣାରୁ ଏହି ବିଷୟ ପଦାକୁ ଆସିଛି ଯେ, ଅଧିକାଂଶ ଯୁବକ/ଯୁବତୀ ନିଜ ପାର୍ଟନର କିମ୍ବା ବନ୍ଧୁଙ୍କ ଫୋନ୍‍ ଏଥିପାଇଁ ଚେକ୍‍ କରିଥାନ୍ତି ଯେ, ଏହା ପଛର କାରଣ ହେଉଛି ସନ୍ଦେହ ଏବଂ ଅସହ୍ୟ ମନୋଭାବ । ସେମାନଙ୍କ ଧାରଣା ଥାଏ ଯେ, ମୋ ପାର୍ଟନର ଅନ୍ୟ କାହାସହ ଅଧିକ ବନ୍ଧୁତା ସୃଷ୍ଟି ନକରୁ । ଏହି ଘଟଣାକୁ ନେଇ ଅନେକ ସମୟରେ ପ୍ରେମିକ-ପ୍ରେମିକା,ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ମଧ୍ୟ ସୃଷ୍ଟି ହୋଇଥାଏ, ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ ।

ଏହି ଗବେଷଣାରେ ୧୦୨ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନେ ନିଜର ଅନୁଭୂତି ବଖାଣୀ ଥିଲେ । ଏହାଦ୍ୱାରା ପାରିବାରିକ ଓ ସାମାଜିକ ବିବାଦ ସୃଷ୍ଟି ହୋଇଛି । ୪୫ ପ୍ରତିଶତରେ ସମ୍ପର୍କ ଭାଙ୍ଗିବା ଜଣାପଡିଛି । ଫୋନ୍‍ ଚେକ୍‍ କରିବା କାରଣ ହେଉଛି ପରସ୍ପର ମଧ୍ୟରେ ଥିବା ସନ୍ଦେହ ମନୋଭାବ । ମନରେ ଥରେ ଏହି ଭାବନା ସୃଷ୍ଟି ହେଲେ ପରବର୍ତ୍ତୀ ସମୟରେ ଏହା ବ୍ୟାପକ ରୂପ ନେଇଥାଏ । ପ୍ରତିଟି ମୁହୂର୍ତ୍ତରେ ପାର୍ଟନରର କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୁଏ ଏବଂ ତାଙ୍କର ପ୍ରତିଟି ଗତିବିଧିକୁ ଜାଣିବାକୁ ତୀବ୍ର ଇଚ୍ଛା ହୁଏ ।

ତେଣୁ ଏଭଳି ଘଟଣାର ମୂଳ କାରଣ ହେଉଛି ନିଜ ଉପରେ ଏବଂ ନିଜ ପାର୍ଟନରଙ୍କ ଉପରେ ବିଶ୍ୱାସ ନରହିବା । ସନ୍ଦେହ ପରିସ୍ଥିତିକୁ ଭିନ୍ନ ମୋଡ ଦେଇଥାଏ । ତେଣୁ ଅଯଥା ସନ୍ଦେହ ସୃଷ୍ଟି କରିବା ଭୁଲ୍‍ ଅଟେ । ଯଦି ମନରେ କେତେବେଳେ କୌଣସି କାରଣ ପାଇଁ ସନ୍ଦେହ ସୃଷ୍ଟି ହୁଏ ତେବେ ଏହାକୁ ମନ ଭିତରେ ବାନ୍ଧି ନରଖି ଖୋଲାଖୋଲି ପାର୍ଟନରଙ୍କ ସହ ଆଲୋଚନା କରନ୍ତୁ । ଏହାଦ୍ୱାରା ଦୃଢୀଭୂତ ହେଉଥିବା ସନ୍ଦେହ ଧିରେଧିରେ ହ୍ରାସ ପାଇବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More