Only for Entertainment

ଗୁଞ୍ଜନ ସକ୍ସେନାଙ୍କ ବାୟୋପିକର ସୁଟିଂ ଆରମ୍ଭ କଲେ ଜାହ୍ନବୀ କପୁର, ସାମ୍ନାକୁ ଆସିଲା ପ୍ରଥମ ଫଟୋ

42

ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ ଡେବ୍ୟୁ କରିବା ପରେ ତାଙ୍କ ଫ୍ୟାନ ଫଲୋଇଙ୍ଗ ବଢିବାରେ ଲାଗିଛି । ଦର୍ଶକ ତାଙ୍କୁ ଫିଲ୍ମରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ଧଡକରେ ଜାହ୍ନବୀଙ୍କ ଅଭିନୟକୁ ଦେଖି ନ କରଣ ଏତେ ପ୍ରଭାବିତ ହୋଇଛନ୍ତି ଯେ, ତାଙ୍କ ବ୍ୟାନରରେ ନିର୍ମିତ ଦୁଇଟି ଫିଲ୍ମ ତାଙ୍କୁ ଅଫର କରିଛନ୍ତି । ଆମେ ଆପଣଙ୍କୁ ପୂର୍ବରୁ କହିଥିଲୁ ଯେ, ଜହ୍ନବୀ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହା ବ୍ୟତିତ ଜାହ୍ନବୀଙ୍କୁ କରଣଙ୍କ ବ୍ୟାନରରେ ନିର୍ମିତ ଫାଇଟର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ମଧ୍ୟ ଦେଖିବାକୁ ମିଳିବ ।

ଜାହ୍ନବୀଙ୍କ ଏହି ବୟୋପିକ ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଜାହ୍ନବୀ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମର ସୁଟିଂ ଲକ୍ଷ୍ନୌରେ ଆରମ୍ଭ ହୋଇସାରିଛି । ଫିଲ୍ମରେ ଜାହ୍ନବୀ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ନଜର ଆସିବେ ।

ନିକଟରେ ଫିଲ୍ମର ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ଜହ୍ନବୀ ପାଇଲଟ ଡ୍ରେସ ପିନ୍ଧି ଗାଡିରେ ଯାଉଥିବାର ନଜର ଆସିଛି । ତା ସହିତ କ୍ୟାମେରା ମଧ୍ୟ ଚାଲୁଛି । ଏହି ଫଟୋ ସୁଟିଂ ସମୟରେ ନିଆଯାଇଛି ।

କହିରଖୁଛୁ ଯେ , ଗୁଞ୍ଜନଙ୍କୁ ଭାରୁତର ପ୍ରଥମ ଫାଇଟର ମହିଳା ଟାଇ ଟଲ ଦିଆଯାଇଛି । ସେ ୧୯୯୯ରେ ନିଜ ଜୀବନକୁ ବାଜି ଲଗାଇ ନିଜ ସାଥିମାନଙ୍କର ପ୍ରାଣ ବଂଚାଇଥିଲେ । ତାଙ୍କର ଏହି ବାହାଦୂରୀ ପାଇଁ ତାଙ୍କୁ ସୂର୍ଯ୍ୟବୀର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More