Only for Entertainment

ଗର୍ଲଫ୍ରେଣ୍ଡଙ୍କୁ ଶୁଭୁ ନଥିବାରୁ ବୟଫ୍ରେଣ୍ଡ କଲେ କିଛି ଏଭଳି , ଲାଗିଲା ସୁପର ରୋମାଂଟିକ !

65

ଦୁନିଆରେ ପ୍ରେମ ଏବଂ ସମ୍ମାନ ଠାରୁ ବଡ ଆଉ କିଛି ନୁହେଁ । କାହାକୁ ଭଲ ପାଇବା ଏବଂ କାହାଠାରୁ ଭଲ ପାଇବା ପାଇଁ ବହୁତ ବଡ ଜିନିଷ । ସତ ପ୍ରେମ ଆପଣଙ୍କ ଦୁର୍ବଳତାକୁ ମଜଭୂତ କରିଥାଏ ଏବଂ ଆପଣଙ୍କୁ ସମ୍ମାନ ଦେଇଥାଏ । ସୋସିଆଲ ମିଡିଆରେ ଏକ କପଲଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ଭଲ ପାଇବା ଏବଂସମ୍ମାନ ଥିବା ସମ୍ପର୍କର ବଡ ଉଦାହରଣ । ବିଶ୍ୱାସ କରନ୍ତୁ ଏହାଠାରୁ ଅଧିକ ରୋମାଂଟିକ ଭରା ଭଲ ପାଇବା ଆପଣ ଆଗରୁ କେବେ ଦେଖିନଥିବେ ।

ଏହି ଭିଡିଓ ୩୮ସେକେଣ୍ଡର ଅଟେ , କିନ୍ତୁ ଏଥିରେ ପ୍ରେମର ମିଠା ସ୍ପର୍ଶ ରହିଛି ଯାହା ଆମ ଆଖିରୁ ହୃଦୟ ପର୍ଯ୍ୟନ୍ତ ଛୁଈଁବ । ଏହି ଭିଡିଓକୁ @originalbree_ ନାମକ ୟୁଜର ଶେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟେ କପଲ ଅଛନ୍ତି ଏବଂ ଝିଅକୁ ଶୁଭୁନାହିଁ । ସେ ଦିବ୍ୟାଙ୍ଗ ଅଟନ୍ତି । ପାଖରେ ଆହୁରି ମଧ୍ୟ ଅନେକ ଲୋକ ଥିଲେ, ଖାଉଥିଲେ । ପଛପଟୁ ଗୀତ ବାଜୁଥିଲା ‘A Thousand Years’ । ମାତ୍ର ଝିଅକୁ ଶୁଭେନାହିଁ । ବୟଫ୍ରେଣ୍ଡ ସାଇନ ଲାଙ୍ଗୁଏଜରେ ଝିଅଟିକୁ ଗୀତ ଶୁଣାଉଥିଲେ ।

ସବୁଠାରୁ ଖାସ କଥା ହେଉଛି ଯେ ବୟଫ୍ରେଣ୍ଡ ସାଇନ ଲାଙ୍ଗୁଏଜରେ ଗାଉଥିବା ବେଳେ ଗର୍ଲଫ୍ରେଣ୍ଡ ବସି ଏଳାଗ୍ରତରେ ଶୁଣୁଥିଲେ । ଗୀତ ସରିବା କ୍ଷଣି ଯାଇ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କରିଥିଲେ । ଏହି ପ୍ରେମଭରା ପୋଷ୍ଟକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More