Only for Entertainment

କାର୍ତ୍ତିକ ମାସ ସୋମବାରରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା ।

you tube
33

କାର୍ତ୍ତିକ ମାସ ଓଡିଆ ମାନଙ୍କ ପାଇଁ ଖୁବ ଖାସ । ଏହି ମାସକୁ ଧର୍ମ ମାସ ବୋଲି ମଧ୍ୟ କୁହାଯାଇଥାଏ । ଏନେକ ଲୋକେ କାର୍ତ୍ତିକ ବ୍ରତ ମଧ୍ୟ କରିଥାନ୍ତି । କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓଡିଆ ଘରେ ହବଶ ଡାଲମା ପ୍ରସ୍ତୁତ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ-
ବୋଇତ କଖାରୁ – ୧୦୦ ଗ୍ରାମ , କଞ୍ଚା କଦଳୀ -୧ , ସାରୁ – ୪ , କନ୍ଦ ମୂଳ -୨ ,ଆଳୁ -୨ , ଓଉ -୫ ପିସ ,ନଡ଼ିଆ କୋରା – ୧ କପ , ଗୁଆ ଘିଅ -୧ ଛୋଟ ଚାମଚ , ଜୀରା – ୧ ଛୋଟ ଚାମଚ , ଶୁଖିଲା ଲଙ୍କା – ୧ ,ଭଜା ଲଙ୍କା ଆଉ ଜୀରା ଗୁଣ୍ଡ – ୧ ବଡ ଚାମଚ ଆଉ ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପ୍ରେସର କୁକରରେ ଦୁଇ ଗ୍ଲାସ ପାଣି ନେବେ । ପାଣି ଫୁଟିଗଲା ପରେ ସେଥିରେ ସମସ୍ତ ପଟା ପରିବା ଏବଂ ଡାଲିକୁ ପକାଇବେ । ଏହା ପରେ ସ୍ୱାଦ ଅନୁସାରେ ଲୁଣ ପକାଇବେ । ମନେରଖନ୍ତୁ ଏହି ଡାଲମାରେ ହଳଦି ପକାଯାଏ ନାହିଁ । ଏହା ପରେ ପ୍ରେସର କୁକରବନ୍ଦ କରି ଗୋଟେ ସିଟି ଦେବେ । ସିଟି ଆସିବା ପରେ ଏହାକୁ ଖୋଲନ୍ତୁ ଏବଂ ଯଦି ଆବଶ୍ୟକ ପଡେ ଅଲ୍ପ ଗରମ ପାଣି ସେଥିରେ ମିଶାନ୍ତୁ ଏବଂ ନଡିଆ କୋରାକୁ ମଧ୍ୟ ସେଥିରେ ମିଶାଇ ୨ ମିନିଟ ଫୁଟାନ୍ତୁ । ଏହାପରେ ତଡକା ପ୍ୟାନକୁ ଗରମ କରନ୍ତୁ । ପ୍ୟାନ ଗରମ ହେବା ପରେ ଗୁଆ ଘିଅ ପକାନ୍ତୁ ଘିଅ ଗରମ ହେବା ପରେ ସେଥିରେ ଜିରା ଏବଂ ଶୁଖିଲା ଲଙ୍କା ପକାଇ ଛୁଙ୍କ ଦିଅନ୍ତୁ । ଡାଲମାରେ ଛୁଙ୍କ ଦେବା ପରେ ପ୍ରେସରକୁ ୧ ମିନିଟ ପାଇଁ ବନ୍ଦ କରି ରଖନ୍ତୁ ଯେପରି ଛୁଙ୍କର ବାସ୍ନା ଡାଲମାରେ ମିଶିଯିବ । ଏହାପରେ ପ୍ରେସର ଖୋଲି ଭଜା ହୋଇଥିବା ଜିରା ଲଙ୍କା ଗୁଣ୍ଡ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ହବିଷ ଡାଲମା । ଏହାକୁ ଏବେ ସର୍ଭ କରନ୍ତୁ । ଏହି ଡାଲମାକୁ ସାଧାରଣତଃ ମାଟି ହାଣ୍ଡି କିମ୍ବା ଡେକଚିରେ କରାଯାଏ କିନ୍ତୁ ଶୀଘ୍ର କରିବାକୁ ଚାହୁଁଥିଲେ ପ୍ରେସରରେ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More