Only for Entertainment

Happy birthday Babushan : ଅନାଥ ପିଲାମାନଙ୍କ ସହିତ ଜନ୍ମଦିନ ସେଲିବ୍ରେଟ କଲେ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି

mohanty_babushaan insta pic
164

ଓଲିଉଡ ସୁପରଷ୍ଟାର ତଥା ଓଲିଉଡ ଚକଲେଟ ହିରୋ ବାବୁଶାନ ଆଜି ୩୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ନିଜର କମିକ ଟାଇମିଂ ଏବଂ ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡିଆ ସିନେପ୍ରେମୀଙ୍କ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।  ୩୦ ଜୁଲାଇ ୧୯୮୯ରେ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଘରେ ଜନ୍ମ ନେଇଥିବା ବବୁଶାନଙ୍କ ଅସଲି ନାମ ତନ୍ମୟ ମହାନ୍ତି । କିନ୍ତୁ ତାଙ୍କ ଡାକନାମ ବାବୁକୁ ସେ ନିଜର ଫିଲ୍ମ ନାମ ବନାଇଛନ୍ତି ।

ହର ପଟ୍ଟନାୟକଙ୍କ ଫିଲ୍ମ ରୋମିଓରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ବବୁଶାନ ଏପର୍ଯ୍ୟନ୍ତ ୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି । ତାଙ୍କର ପ୍ରତ୍ୟେକଟି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହା  ସହିତ ସେ ଗୀତ ଗାଇବାକୁ ମଧ୍ୟ ଖୁବ ଭଲ ପାଆନ୍ତି ।
ତେବେ ବାବୁଶାନ ନିଜର ଚଳିତ ବର୍ଷ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜନ୍ମଦିନର ସପ୍ତାହକୁ ସେ ଆଶ୍ରୟ ଆବାସିକ ଶିଶୁଗୃହର ଅନାଥ ପିଲାମାନଙ୍କ ସହିତ ସେଲିବ୍ରେଟ କରିଛନ୍ତି । ଏହାର ସହିତ ବୃକ୍ଷରୋପଣ କରି ମଧ୍ୟ ନିଜ ଜନ୍ମଦିନକୁ ଆହୁରୁ ଖାସ ବନାଇଛନ୍ତି । ଏହି ସେଲିବ୍ରେସନର କିଛି ଫଟୋକୁ ବାବୁଶାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଦେଖନ୍ତୁ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More