Only for Entertainment

ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ସାହୋ’ର ୨ୟ ଗୀତ ଟିଜର, ଦେଖିବାକୁ ମିଳିଲା ଜବରଦସ୍ତ ରୋମାନ୍ସର ଝଲକ !

102

ବାହୁବଳୀ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ’କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । କିଛି ଦିନରୁ ଫିଲ୍ମର ରିଲିଜ ଡେଟକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ମାତ୍ର ଏହି ଫିଲ୍ମର ରିଲିଜ ଡେଟ ସ୍ପଷ୍ଟ ହୋଇଯାଇଛି । ଏହା ୩୦ଅଗଷ୍ଟରେ ରିଲିଜ ହେବ । ଏବେ ମେକର୍ସ ଫିଲ୍ମର ଆଉ ଏକ ଗୀତର ଟିଜର ରିଲିଜ କରିଛନ୍ତି ।

ଗୀତର ହିନ୍ଦୀ ବୋଲ ରହିଛି ଇନ୍ନି ସୋନି । ଯାହାକୁ ଗାଇଛନ୍ତି ଗୁରୁ ରନ୍ଧାୱା ଏବଂ ତୁଲସୀ କୁମାର ଏବଂ ଗୀତକୁ କମ୍ପୋଜ ମଧ୍ୟ ଗୁରୁ ରନ୍ଧାୱା କରିଛନ୍ତି । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଜିଥ ଏବଂ ଏହାର ପ୍ରଯୋଜନା ଭାର ତୁଲାଇଛନ୍ତି ଭାମସି ଏବଂ ପ୍ରମୋଦ । ଗୀତରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଏହାସହ ଗୀତଟି ସୁନ୍ଦର ସୁନ୍ଦର ସ୍ଥାନରେ ସୁଟ କରାଯାଇଛି । ଏହି ଗୀତର ଟିଜର ହିନ୍ଦୀ, ତେଲୁଗୁ , ତାମିଲ ଏବଂ ମଲାୟାଲାମରେ ରିଲିଜ ହୋଇଛି ।

କହିରଖୁଛୁ ଯେ, ଫିଲ୍ମ ପ୍ରଥମେ ୧୫ ଅଗଷ୍ଟରେ ରିଲିଜ ହେବ ବୋଲି ଖବର ଆସିଥିଲା । ଏବେ ବକ୍ସ ଅଫିସକୁ ନଜରରେ ରଖି ମେକର୍ସ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More