Only for Entertainment

କେବେ ସିଧା ସାଧା ଦେଖାଯାଉଥିବା ମନ୍ଦିରାଙ୍କ ହଟନେସର ଆଜି ମଧ୍ୟ ସମସ୍ତେ ଦିୱାନା, ଦେଖନ୍ତୁ ଫଟୋ

bollywood tadka
56

ଅଭିନେତ୍ରୀ ମନ୍ଦିରା ବେଦୀ ଆଜି ନିଜର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି । ମନ୍ଦିରାଙ୍କ ଜନ୍ମ ୧୫ ଏପ୍ରିଲ ୧୯୭୨ରେ କୋଲକତାରେ ହୋଇଥିଲା । ମନ୍ଦିରାଙ୍କ ପିତାଙ୍କ ନାମ ବିରେନ୍ଦ୍ର ସିଂ ବେଦୀ ଏବଂ ମା’ଙ୍କ ନାମ ଗୀତା ବେଦୀ । ମନ୍ଦିରା ଖାସକରି ୯୦ ଦଶକର ଟିଭି ଶୋ’ ‘ଶାନ୍ତି’ରେ ଲିଜ ରୋଲ ପାଇଁ ଘରେ ଘରେ ପରିଚିତ ହୋଇଥିଲେ ।

ଏହି ପାରିବାରିକ ଶୋ’ରେ ମନ୍ଦିରା ଏଏହି ପାରିବାରିକ ଶୋ’ରେ ମନ୍ଦିରା ଜଣେ ଝିଅ ଭୂମିକାରେ ନଜର ଆସିଥିଲେ ଯେ ନିଜର ହକ ପାଇଁ ଲଢୁଥିବାର ନଜର ଆସିଥିଲେ । ଏହା ପରେ ମନ୍ଦିରା ‘ଔରତ’, ‘କ୍ୟୁଁ କି ସାସ ଭି କଭି ବହୂ ଥୀ’ ପରି ସିରିଏଲରେ କାମ କରିଥିଲେ । କେବେ ସାଧା ସିଧା ଦେଖାଯାୁଥିବା ମନ୍ଦିରା ଏବେ ମନିଜର ହଟ ଫଟୋ ଏବଂ ଫିଟନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ।

ଏକ ସମୟ ଥିଲା ଯେବେ ମନ୍ଦିରା ଲମ୍ବା କେଶ ସହିଦ ଦେଶୀ ଲୁକରେ ନଜର ଆସୁଥିଲେ । କିନ୍ତୁ ଏବେ ମନ୍ଦିରା ପ୍ରଥମରୁ ଅଧିକ ହଟ ଏବଂ ସେକ୍ସି ହୋଇଯାଇଛନ୍ତି । ବୟକଟ ଲୁକ ସହିତ ବୋଲ୍ଡ ଅନ୍ଦାଜ ଦେଖିଲେ ଆଜି ମଧ୍ୟ ତାଙ୍କ ବୟସର ଅନୁମାନ ଲଗାଇପାରିବେ ନାହିଁ ।

କହିରଖୁଛୁ ଯେ, ୧୪ ଫେବୃଆରୀ ୧୯୯୯ରେ ମନ୍ଦିରା ଫିଲ୍ମ ମେକର ରାଜ କୌଶଲଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ପୁଅ ଗୋଟିଏ ପୁଅ ଅଛି । ଅନେକ ଟିଭି ସରିଏଲରେ କାମ କରିଥିବା ମନ୍ଦିରା ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ସେ ଦିଲବାଲେ ଦୁଲହନିୟା ଲେ ଜାୟେଙ୍ଗେ (୧୯୯୫)ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏହା ବ୍ୟତିତ ସେ ବାଦଲ, ଶାଦୀ କା ଲଡ୍ଡୁ, ମୀରାବାଇ ନଟ ଆଉଟ, ଇତେଫାକ ପରି ଫିଲ୍ମରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More