Only for Entertainment

ରେମୋ ଡିସୁଜାଙ୍କୁ ମିଳିବ ନାହିଁ ଆଗୁଆ ଜାମିନ, କୋର୍ଟର କଡ଼ା ନିର୍ଦ୍ଦେଶ

hindustan times
24

ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ଉପରେ କିଛି ଦିନ ତଳେ  ୫କୋଟି ଟଙ୍କାର ଠକେଇ ଅଭିଯୋଗ ଲାଗିଥିଲା । ଏ ନେଇ ରେମୋ ଡି’ସୁଜା ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି । ବୁଧବାର ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ରେମୋଙ୍କ ବିରୋଧରେ ଉତ୍ତରପ୍ରଦେଶ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ମୁମ୍ବାଇ ପୁଲିସକୁ ମିଳି ନାହିଁ । ଏଭଳି ପରିସ୍ଥିତିରେ ତାଙ୍କୁ ଆଗୁଆ ଜାମିନ ମିଳି ପାରିବ ନାହିଁ ବୋଲି କହି ଆବେଦନକୁ ଖାରଜ କରିଛି ବମ୍ବେ ହାଇକୋର୍ଟ ।

 

ସୂଚନା ମୁତାବକ, ୨୦୧୬ରେ ରେମୋ ଡି’ସୁଜାଙ୍କ ବିରୋଧରେ ଠକେଇର ଅଭିଯୋଗ ଆସିବା ସହ ଗାଜିଆବାଦ୍‌ର ଜିଲ୍ଲା ଅଦାଲତରେ ଏହାର ଶୁଣାଣି ଚାଲୁଥିଲା । କିନ୍ତୁ ଶୁଣାଣି ସମୟରେ ସେ ଅଦାଲତରେ ହାଜର ହେଉ ନଥିବାରୁ ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିଲା । ଯାହା ପରେ ରେମୋ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ଯାହାକୁ ଏବେ ଖାରଜ କରି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More