ଜାଣନ୍ତୁ ଏହିଥର କିଭଳି ପାଳନ ହେବ ସଲମାନଙ୍କ ଜନ୍ମଦିନ?
ବଲିଉଡର ଦବଙ୍ଗ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନ ୨୭ ଡିସେମ୍ବରରେ । ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ସଲମାନଙ୍କ ଫ୍ୟାନ୍ସ । ଏହିଥର ସେ ତାଙ୍କର ୫୩ ତମ ଜନ୍ମଦିନ ପାଳନ କରିବେ । ତେବେ ଏହିଥର ତାଙ୍କ ଜନ୍ମଦିନକୁ ନେଇ କ’ଣ ପ୍ଲାନିଙ୍ଗ ରହିଛି ଆସନ୍ତୁ ଆଲୋଚନା କରିବା । ଖବର ଅନୁସାରେ ଖାନ ପରିବାର ଆକ୍ଟରଙ୍କ ଜନ୍ମଦିନ ପାଳନ ପରେ ନୂଆ ବର୍ଷ ମଧ୍ୟ ଏକା ସାଙ୍ଗରେ ପାଳନ କରିବେ ।
ଡିଏନଏର ରିପୋର୍ଟ ଅନୁସାରେ ସଲମାନ ତାଙ୍କ ୫୩ ତମ ଜନ୍ମଦିନ ଆଡଭାନ୍ସ ପାଳନ କରିବେ । ଅବଶ୍ୟ ଏହା ଆପଣଙ୍କୁ ବୁଝିବାକୁ ସାମାନ୍ୟ କଷ୍ଟ ହେଉଥିବ । ବାସ୍ତବରେ ସେ ତାଙ୍କ ପନବେଲ ଫାର୍ମହାଉସରେ ଗୋଟିଏ ଦିନ ପୂର୍ବରୁ ଜନ୍ମଦିନ ପାଳନ କରିବେ । ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇ ଜନ୍ମଦିନରେ ଏହା ସମାପ୍ତ ହେବ । ସେଠାରେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁ ପହଂଚିବେ ।