Only for Entertainment

ଭାରତୀୟ ସେନା ଚୀନ ଜବାନଙ୍କୁ ଶିଖାଇଲେ ଭାଙ୍ଗଡା , ଦେଖନ୍ତୁ ଭିଡିଓ !

24

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁତିରେ ଭାରତୀୟ ସେନା ଚୀନ ସୈନିକଙ୍କୁ ଭାଙ୍ଗଡା ଶିଖାଉଛନ୍ତି । ଏହି ଦୃଶ୍ୟ ଭାରତ-ଚୀନ ଯୂଦ୍ଧାଭ୍ୟାସ ‘ହ୍ୟାଣ୍ଡ ଇନ ହ୍ୟାଣ୍ଡ’ ଡ୍ରିଲର ଅଟେ । ଦୁଇ ଦେଶ ମଧ୍ୟରେ ସୈନ୍ୟ ସମ୍ବନ୍ଧଙ୍କୁ ଅଧିକ ମଜଭୂତ କରିବା ଲାଗି ଚୀନର ଚେଙ୍ଗଡୁ ସହରରେ ଆୟୋଜିତ ହୋଇଥିବା ଏହି ଡ୍ରିଲରେ ଭାରତ ଏବଂ ଚୀନ ପକ୍ଷରୁ ସୈନିକ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଦେଶର ସେନାଙ୍କୁ ପଂଜାବୀ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଦୁଇ ଦେଶର ନିଜ ବାର୍ଷିକ ସୈନ୍ୟ ଅଭ୍ୟାସ ‘ହ୍ୟାଣ୍ଡ ଇନ ହ୍ୟାଣ୍ଡ’ ଡିସେମ୍ବର ୧୦ରେ ଆରମ୍ଭ ହୋଇଥିଲା ଏବଂ ଯାହା ଚୀନ ଦେଶରେ ୨୩ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଦୁଇ ଦେଶ ମଧ୍ୟରେ ଫ୍ରେଣ୍ଡଲୀ ଫୁଟବଲ ମ୍ୟାଚର ମଧ୍ୟ ଆୟୋଜନ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More