Only for Entertainment

ରାଧେ ସେଟରେ ଦବଙ୍ଗ ଖାନଙ୍କ ଦମଦାର ଏଂଟ୍ରି , ଘାଇଲା ହେଲେ ଦର୍ଶକ !

24

ଆରମ୍ଭ ହୋଇଛି ଫିଲ୍ମ ରାଧେର ସୁଟିଂ । ପ୍ରଥମ ଦିନର ସୁଟିଂ ସେଟର ଝଲକକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ଅଭିନେତା ସଲମାନ ଖାନ୍ । ଏ ହେଉଛି ରାଧେ ସେଟର ପ୍ରଥମ ଦିନର ପ୍ରଥମ ଝଲକ । ସ୍ଲୋ ମୋସନରେ ସୁଟିଂ ସେଟକୁ ସଲମାନ ଏଟ୍ରିଂ କରୁଥିବା ଏହି ଭିଡିଓକୁ ପୋଷ୍ଟ କରାଯାଇଛି । ରାଧେରେ ସଲମାନଙ୍କ ସହ ଅଭିନେତ୍ରୀ ଦିଶା ପାଟନୀଙ୍କୁ ନଜର ଆସିବେ । ଏହାସହ ଅଭିନେତା ଜ୍ୟାକି ଶ୍ରଫ୍, ରଣଦୀପ୍ ହୁଡ୍ଡା, ପ୍ରଭୁଦେବା, ସୋହେଲ୍ ଖାନ୍ ଏବଂ ଦୀପକ ତିଜୋରିଙ୍କୁ ଏହି ଫଟୋରେ ଦେଖିବାକୁ ମିଳିବେ ।

 

View this post on Instagram

 

#RadheEid2020 . . . Day 1

A post shared by Chulbul Pandey (@beingsalmankhan) on

ଚଳଚ୍ଚିତ୍ର ରାଧେ ୨୦୦୯ ମସିହାର ଫିଲ୍ମ ‘ୱାଂଟେଡ୍’ର ସିକ୍ୱେଲ୍ ସିନେମା ହେବାକୁ ଯାଉଛି । ତେବେ ‘ଭାରତ’ ପରେ ସଲମାନ୍ ଖାନଙ୍କ ସହ ଅଭିନୟ କରିବାକୁ ମନା କରୁଥିବା ନାୟିକା ଦିଶା ପାଟନୀ କିଭଳି ପୁଣିଥରେ ସଲମାନଙ୍କ ନାୟିକା ହେବାକୁ ରାଜି ହୋଇଗଲେ, ତାହାକୁ ନେଇ ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More