Only for Entertainment

ଆଖି ତଳେ କଳା ଦାଗ ପଡ଼ିବାର କାରଣ କ’ଣ?

48

ଶରୀରରେ ଆଇରନଅଭାବରୁ ତ୍ୱଚାର ସେଲ୍ସ ଗୁଡିକ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ପାଇ ପାରନ୍ତି ନାହିଁ । ରକ୍ତ ଅଭାବରୁ ବ୍ୟକ୍ତି ଏନିମିୟାର ଶିକାର ହୋଇଥାନ୍ତି ସେମାନଙ୍କ ଶରୀରରେ ଆୟରନ୍ ର ମାତ୍ରା କମ୍ ଥାଏ । ଏହାଦ୍ୱାରା ଆଖି ତଳ କଳା ପଡିବା ଆରମ୍ଭ ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ପାଳଙ୍ଗ ସାଗ, ବିନ୍ସ,ଡାଲି, ବ୍ରାଉନ୍ ରାଇସ୍, ଗହମ , ଡ୍ରାଏ ଫ୍ରୁଟସ୍ ଆଦି ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଶରୀରରେ ଆୟରନ ଅଭାବ ଦୂର ହୋଇଥାଏ ।

ଭିଟାମିନ୍ ଇ ଦ୍ୱାରା ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ । ଯଦି ଶରୀରରେ ଏହି ତତ୍ୱରେ ଅଭାବ ଥାଏ ତେବେ ତ୍ୱଚା ମଉଳି ଯାଇଥାଏ । ଶରୀରରେ ଭିଟାମିନ୍ ଇ ର ଅଭାବ ନହେବା ପାଇଁ ପାଳଙ୍ଗ,ବ୍ରୋକଲି,ସୁର୍ଯ୍ୟମୁଖୀ ତେଲ, ସୂର୍ଯ୍ୟମୁଖୀ ମଞ୍ଜି ଏବଂ ବାଦାମ ଆଦି ଭରପୁର ମାତ୍ରାରେ ସେବନ କରନ୍ତୁ ।

କଳାଦାଗ ଦୂର କରିବାର ସବୁଠାରୁ ଭଲ ଉପାୟ ହେଉଛି ଭିଟାମିନ୍ ସି । ଏହା ତ୍ୱଚାକୁ ସଠିକ୍ ରଖିବା ସହିତ ବ୍ଲଡ ବେସେଲ୍ସକୁ ମଜବୁତ ରଖିଥାଏ ।

ଆଣ୍ଟିଏଜିଙ୍ଗର କାମ କରିଥାଏ ଭିଟାମିନ୍ ଏ । ଏହା ତ୍ୱଚାରେ ରିଙ୍କଲସକୁ ଦୂର କରି କୋଲେଜନ ଉତ୍ପାଦର ମାତ୍ରା ବଢାଇ ଦେଇଥାଏ । ଯାହାଦ୍ୱାରା ତ୍ୱଚାରେ ଚମକପଣ ଆସିବା ସହ ଆଖିତଳ କଳାଦାଗ ଦୂର ହୋଇଥାଏ । ସେଥିପାଇଁ ଶରୀରରେ ଭିଟାମିନ୍ ଏ ର ଅଭାବକୁ ଦୂର କରିବା ପାଇଁ ଲହୁଣୀ, ଗାଜର,କାକୁଡି,ଅମୃତଭଣ୍ଡା,ଟମାଟର ଆଦି ପ୍ରଚୁର ପରିମାଣର ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More