Only for Entertainment

ଆସୁଛି ନୂଆ ଓଡିଆ ସିନେମା ‘କିଏ ହେବ ମୋ ହିରୋଇନ’ , ତ୍ରିକୋଣୀୟ ପ୍ରେମ କାହାଣୀରେ ସ୍ଥାନ ପାଇବ କିନ୍ନରଙ୍କ କଥା !

47

ଆସୁଛି ନୂଆ ଓଡିଆ ସିନେମା କିଏ ହେବ ମୋ ହିରୋଇନ । ଏକ୍ସଲେ ମୁଭି ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମର ନିକଟରେ ଶୁଭ ମହୁରତ ହୋଇଛି । ମହୁରତ କାର୍ଯ୍ୟକ୍ରମରେ ଫିଲ୍ମର ସମସ୍ତ କଳାକାର ଏକାଠି ହୋଇ ନୂଆ ଯାତ୍ରା ଆରମ୍ଭ କରିଛନ୍ତି ।

୭ଟି ଭିନ୍ନ ଧରଣର ଫିଲ୍ମର ଭେଟି ଦେବା ପରେ ଏବେ ଏକ୍ସଲେ ମୁଭିସ ନିଜର ୮ ନମ୍ବର ପ୍ରସ୍ତୁତି ସହ ଆରମ୍ଭ କରିଛନ୍ତି ନୂଆ ଯାତ୍ରା । ପ୍ରସ୍ତୁତ ହେବ ନୂଆ ସ୍ୱାଦ,ନୂଆ କଳାକାରଙ୍କୁ ନେଇ ଫିଲ୍ମ କିଏ ହେବ ମୋ ହିରୋଇନ । ଲଭ,ଫ୍ୟାମିଲି ଡ୍ରାମା ଭିତରେ କାହାଣୀରେ କରାଯାଇଛି କିଛି ନିଆରା ଏକ୍ସପେରିମେଂଟ ।

ନାୟକର ନାଁ ଦେବଦାସ,ଭୈରବ ଭଳି ଫିଲ୍ମରେ ଅଭିନୟ କରିସାରିଥିବା ଅସିତଙ୍କ ଏହା ୩ୟ ଫିଲ୍ମ ହେବାକୁ ଯାଉଛି । ଚାଲ କି ଦୁଷ୍ଟ ହେବ, ତୁମେ ଶଖା-ତୁମେ ସିନ୍ଦୁର, ଲଭ ୟୁ ପ୍ର୍ରିୟାରେ ଅଭିନେତ୍ରୀ ମହିମାଙ୍କ ଅଭିନୟ ଦେଖିବା ପରେ ଦର୍ଶକ ଏଥରକ ଏହି ନୂଆ ଫିଲ୍ମରେ ଅଭିନୟ କରିବେ । ଦୁଇଜଣ ପୁରୁଣା ଚେହେରାଙ୍କ ଭିତରେ ନୂଆ ଚେହେରା ସୋନମଙ୍କ ଓଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରବିନ୍ଦ୍ରପଣ୍ଡା ଓ ନିର୍ଦ୍ଦେଶକ ଦାୟିତ୍ୱ ତୁଳାଇବେ ପ୍ରଶାନ୍ତ ଲେଙ୍କା । ମୁଖ୍ୟ ଭୁମିକାରେ ଅସିତ,ମହିମା ଓ ସୋନମଙ୍କ ଅଭିନୟ ରହିବ । ଅନ୍ୟାନ୍ୟ ପ୍ରମୁଖ ଭୁମିକାରେ ଶ୍ରୀତମ, ପିଂଟୁ ନନ୍ଦ, କେକେ, ବିଦ୍ୟୁସ୍ମିତା.ପୁଷ୍ପା ପଣ୍ଡାଙ୍କ ଅଭିନୟ ରହିବ ।

ଜଣାପଡିଛି କି ଫିଲ୍ମର କାହାଣୀ କିନ୍ନରଙ୍କ ଉପରେ ଆଧାରିତ ହେବ । ଅଗ୍ନିରାଜ କିଶୋର ଫିଲ୍ମ ପାଇଁ ୬ଟି ଗୀତ ପ୍ରସ୍ତୁତ କରିଥିବାବେଳେ କୋରିଓଗ୍ରାଫି ଦାୟିତ୍ୱରେ ଅଛନ୍ତି ଲୁବୁନ ଟୁବୁନ । ଆସନ୍ତାବର୍ଷ ରିଲିଜ ଲକ୍ଷ୍ୟ ରଖି ପ୍ରଡକ୍ସନ ହାଉସ ଖୁବ ଶିଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More